Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଧାନସଭାରେ କଂଗ୍ରେସର କଣ୍ଠରୋଧ କରୁଛି ଶାସକ ଦଳ: କାଡାମ୍

    Share on :
    ajab-Image
    Date: Sep 16, 2025    Views: 2352

    ଭୁବନେଶ୍ୱର: ବିଧାନସଭାରେ  କଂଗ୍ରେସର କଣ୍ଠରୋଧ କରୁଛି ଶାସକ ଦଳ । ଜନ ପ୍ରତିନିଧଙ୍କ ଅଧିକାରରୁ ଦଳୀୟ ବିଧାୟକଙ୍କ  ବଳପୂର୍ବକ ଭାବେ ଗୃହରୁ ବିଦା କରି ଦିଆଯାଉଛି । ଏହା ବିରୋଧରେ ସର୍ବଦଳୀୟ ସ୍ୱର ଉଠାଇବ  କଂଗ୍ରେସ । ବିଧାନସଭାରେ ସମସ୍ତଙ୍କୁ ସମାନ ସୁଯୋଗ  ଦେବାକୁ ଦଳ ଦାବି କରିବ ବୋଲି କଂଗ୍ରେସ ବିଧାୟକ  ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ।  ସର୍ବଦଳୀୟ ବୈଠକ ପୂର୍ବରୁ କଂଗ୍ରେସ  ବିଧାୟକ ଦଳ ନେତା ଶ୍ରୀ କାଡାମ କହିଛନ୍ତି,  ବିଧାନସଭାରେ କଂଗ୍ରେସ ବିଧାୟକଙ୍କୁ ଜୋର  ଜବରଦସ୍ତ କଣ୍ଠରୋଧ କରୁଛି ଶାସକ ଦଳ ।  ଗତ ଅଧିବେଶନରେ ନାରୀ ନିର୍ୟାତନା ପ୍ରସଙ୍ଗକୁ  ନେଇ କଂଗ୍ରେସର ବିଧାୟକମାନେ ହାଉସ୍‌ କମିଟି  ଗଢ଼ିବାକୁ ଦାବି କରିବା ପରେ ସରକାର ରକ୍ତମୁଖା  ହୋଇଥିଲେ । କଂଗ୍ରେସର ସମସ୍ତ ବିଧାୟକଙ୍କୁ  ଗୃହରୁ ନିଲମ୍ବନ କରିଥିବା ବେଳେ ଅପମାନଜନକ  ଭାବେ ପୁଲିସ ଲଗାଇ ବଳପୂର୍ବକ ବିଧାନସଭା  ପରିସରରୁ ବିଦା କରିଦେଲେ । ମଙ୍ଗଳବାର  ସର୍ବଦଳୀୟ ବୈଠକରେ ବାଚସ୍ପତିକୁ ଏ ନେଇ  ପୁଣିଥରେ ପ୍ରଶ୍ନ କରିବ ଦଳ । ବିଧାନସଭାରେ  କାହିଁକି କଂଗ୍ରେସ ବିଧାୟକଙ୍କୁ କହିବାକୁ ସୁଯାଗ  ଦିଆଯାଉ ନାହିଁ ବୋଲି ସର୍ବଦଳୀୟ ବୈଠକରେ  ବାଚସ୍ପତିକୁ ପ୍ରଶ୍ନ ପଚାରଯିବ ବୋଲି ଶ୍ରୀ କାଡାମ  କହିଛନ୍ତି । ଗଲା ଅଧିବେଶନରେ କାହିଁକି ଏସବୁ  କରାଗଲା ସେ ନେଇ ସର୍ବଦଳୀୟ ବୈଠକରେ  ବାଚସ୍ପତିଙ୍କ ଉତ୍ତର ଲୋଡିବ ଦଳ । ଏହା ସହ  ମୌସୁମୀ ଅଧିବେଶନରେ ସମସ୍ତଙ୍କୁ ସମାନ ସୁଯାଗ  ଦେବାକୁ ଦାଳ ଦାବି କରିବ ବୋଲି କହିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook