Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଯନ୍ତ୍ରୀଙ୍କ ୧୮ ପ୍ଲଟ

    Share on :
    ajab-Image
    Date: Dec 3, 2024    Views: 3253

    ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିପୁର ସମ୍ପତ୍ତି ଠାବ କରାଯାଇଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ୨ଟି ବହୁତଳ କୋଠା ଠାବ କରାଯାଇଛି । ଭୁବନେଶ୍ୱରରେ ୬ଟି ପ୍ଲଟ ସମେତ ମୋଟ ୧୮ଟି ପ୍ଲଟ ଠାବ କରାଯାଇଛି । ସେହିପରି ୮୫୦ ଗ୍ରାମ ସୁନା ମଧ୍ୟ ଠାବ କରାଯାଇଛି । ବ୍ୟାଙ୍କ ଜମା ଓ ବୀମା ଜାଣିବାକୁ ଯାଞ୍ଚ ଜାରି ରହିଛି । 

    ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଶ୍ୱନାଥଙ୍କ ଜୟପୁର, ଗଞ୍ଜାମ ଓ ଭୁବନେଶ୍ୱରରେ ଥିବା ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଜୟପୁରରେ ତିନି ମହଲା କୋଠା, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର କୋଳିସାହିରେ ଦୁଇ ମହଲା ବିଲଡିଂ, ଜୟପୁର ବ୍ଲକ ଅଫିସ ଚାମ୍ବର, ଜୟପୁର ମ୍ୟୁନିସିପାଲିଟି ଅଫିସ ଚାମ୍ବର ଓ ଭୁବନେଶ୍ୱର ନିଳାଦ୍ରୀ ବିହାରରେ ସମ୍ପର୍କୀୟଙ୍କ ଘରେ ଏହି ଚଢ଼ାଉ କରାଯାଇଛି।ବିଶ୍ୱନାଥ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତତନ୍ତ କରି ତାଙ୍କ ଘରେ ଚଢ଼ାଉ  କରିଛି।  ପୌରପାଳିକାର ଯନ୍ତ୍ରୀ ଦାୟିତ୍ୱ ମଧ୍ୟ ଅଛନ୍ତି ବିଶ୍ୱନାଥ। ଏହି ରେଡରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି ଓ ୮ ଇନିସପେକ୍ଟର ଓ ୬ ଏଏସଆଇ ଚଢ଼ାଉରେ ସାମିଲ ଅଛନ୍ତି।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook