ଭୁବନେଶ୍ୱର: ରାଜ୍ୟ ବିଜେପି ସରକାର ଏବେ ଜିରୋ ଟୋଲେରାନ୍ସ ନୀତି ଗ୍ରହଣ କରିଛନ୍ତି । ଦୁର୍ନୀତି ବିରୋଧରେ ମୋହନ ସରକାର ଏବେ ଆକ୍ସନ ମୋଡରେ । ଯାହା ଫଳରେ ଗତ ୫ ମାସରେ ମୋଟ ୯୦ ଜଣ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରାଯାଇଛି । ତନ୍ମଧ୍ୟରୁ ରାଜସ୍ୱ ବିଭାଗର ୨୦ ଜଣ ଓ ପଞ୍ଚାୟତିରାଜ ବିଭାଗର ୧୮ ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସୋମବାର ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ବିଜେଡି ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ