Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଧାନସଭାରେ ଆଳୁ ଝଡ଼

    Share on :
    ajab-Image
    Date: Dec 2, 2024    Views: 3525

    ଭୁବନେଶ୍ୱର: ସୋମବାର ବିଧାନସଭାର ପ୍ରଶ୍ନକାଳରେ ବିଜୁ ଜନତା ଦଳ ଆଳୁ ପ୍ରସଙ୍ଗ ଉଠାଇଛି । ରାଜ୍ୟରେ ଆଳୁର ଚଢ଼ା ଦରକୁ ନେଇ ବିଜେଡି ବିଧାୟକମାନେ ପୋଷ୍ଟର ଦେଖାଇ ବିଧାନସଭାରେ ବିରୋଧ କରିଛନ୍ତି । ଆଳୁ ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକମାନେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି । 

    ଏହି ଅବସରରେ ବିଜେଡି ପକ୍ଷରୁ କୁହାଯାଇଛି ଯେ ଡବଲ ଇଞ୍ଜିନ କ’ଣ ଟାଣି ପାରୁନି, ଖାଉଟିଙ୍କୁ ଶୋଷଣ କରାଯାଉଛି । ସରକାର କିଛି କରିନାହାନ୍ତି, ନାନା ବାୟା କଥା କହୁଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । 

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ  ବହୁ କସରତ ପରେ ଶେଷରେ ଓଡିଶାରେ ପହଞ୍ଚିଲା ୟୁପି ଆଳୁ । ତେବେ ଆଳୁ ପହଞ୍ଚିବା ପରେ ଆଳୁ ଦର କମିବା ନେଇ ସମ୍ଭାବନା ରହିଛି । ଉତ୍ତରପ୍ରଦେଶରୁ ଆସିଛି ଆଳୁ। ହେଲେ ଟ୍ରେନରେ ନୁହେଁ ଟ୍ରକରେ ଆସିଛି ଆଳୁ। ଆଇଗିଣିଆକୁ ଆସିଛି ୧୦ଟି ଆଳୁ ଗାଡ଼ି। ୧୦ ସୁଦ୍ଧା ଆହୁରି ଗାଡି ଆସିବ ବୋଲି ଜଣାପଡ଼ିଛି। ଆଜି ସକାଳୁ କିଛି ଆଳୁ ଟ୍ରକ ଆସି ପହଞ୍ଚିଛି। ଆଇଗିଣିଆ ଆଳୁ ଗୋଦାମରେ ଆଳୁ ଅନଲୋଡ ହେଉଛି।

    ତେବେ ସରକାରଙ୍କ ଦ୍ଵାରା କେତେ ଆଳୁ ଟ୍ରକ୍ ଆସିଛି ତାହା ଜଣା ପଡ଼ିନାହିଁ। ପଶ୍ଚିମବଙ୍ଗରୁ ମଧ୍ୟ କିଛି ଗାଡି ଆସିଥିବା ଜଣାପଡିଛି।ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁଯାୟୀ ଆଜି ୬୦ରୁ୭୦ ଟ୍ରକ ଆଳୁ ରାଜ୍ୟକୁ ଆସିବ। ଏହା ପ୍ରଭାବରେ ଆଜି ଆଳୁ ରେଟ୍ କମିବା ନେଇ ସମ୍ଭାବନା ରହିଛି।

    Maximum 500 characters

    ତାଜା ଖବର View all

    Find Us on Facebook