Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନ ଶେଷ

    Share on :
    ajab-Image
    Date: Sep 12, 2024    Views: 3370

    ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନ ବୁଧବାର ଶେଷ ହୋଇଛି । ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନକୁ ବୁଧବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ସୁରମା ପାଢ଼ୀ ମୁଲତବୀ ଘୋଷଣା କରିଛନ୍ତି । 
    ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇ ବୁଧବାର ଶେଷ ହୋଇଛି । ଏହି ଅବଧି ମଧ୍ୟରେ ଗୃହରେ ୧୯ଟି ମୁଲତବୀ ପ୍ରସ୍ତାବ ସମେତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି । ୬ଟି ସିଏଜି ରିପୋର୍ଟ ପାରିତ ହୋଇଛି । ମୋଟ ୨୫ଦିନ ବୈଠକ ବସିଛି ।ତେବେ ବିଜେପି ସରକାରକୁ ଆସିବା ପରେ ଚଳିତ ବିଧାନସଭାରେ ନିଜର ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରି ସରକାର ନିଜର ପାରିବାପଣିଆ ଦେଖାଇଛନ୍ତି । ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଓ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଇବାରେ ଶାସକ ବିଜେପି ସକ୍ଷମ ହୋଇଛି । ବିରୋଧୀ ଦଳଗୁଡ଼ିକ ଦିଶାହୀନ ଭାବେ କାର୍ୟ୍ୟ କରିବାର ଫାଇଦା ମଧ୍ୟ ବିଜେପିକୁ ମିଳିଛି । ଅବଶ୍ୟ ଅଭିଜ୍ଞତା ଅଭାବରୁ କିଛି କ୍ଷେତ୍ରରେ ଶାସକ ବିଜେପିକୁ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି । କିଛି କ୍ଷେତ୍ରରେ ଶାସକ ବିଜେପି ଗୃହ ଭିତରେ ଆକ୍ତାମାପ୍ତା ହୋଇପଡ଼ୁଥିଲା । ମାତ୍ର ବିଜେଡି ସରକାରରେ ଗୃହକୁ ଯେଭଳି ବିନା କାରଣରେ ମୁଲତବୀ କରାଯାଉଥିଲା, ସେଭଳି ନଜିର ଚଳିତ ବିଜେପି ସରକାରରେ କ୍ୱଚିତ୍ ଦେଖିବାକୁ ମିଳିଥିଲା ।

    ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେଡି ମଧ୍ୟରେ ତାଳମେଳ ନରହିବାର ଫାଇଦା ମଧ୍ୟ ବିଜେପି ସରକାରଙ୍କୁ ମିଳିଛି । ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ବେଶ୍ ଶାଣିତ ଢଙ୍ଗରେ ପୂର୍ବ ବିଜେଡି ସରକାରକୁ ଗୃହ ଭିତରେ ଓ ବାହାରେ ସମାଲୋଚନା କରିବାରେ ମଧ୍ୟ ସକ୍ଷମ ହୋଇଥିବା ଦେଖିବାକୁ ମିଳିଛି ।

    Maximum 500 characters

    ରାଜନୀତି View all

    Find Us on Facebook