Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଜ୍ରପାତ ମୃତୁ୍ୟ: ଓଡ଼ିଶା ଆଗରେ

    Share on :
    ajab-Image
    Date: Sep 5, 2024    Views: 2898

    ଭୁବନେଶ୍ୱର: ବଜ୍ରପାତ ଜନିତ ମୃତୁ୍ୟ ସଂଖ୍ୟାରେ ଓଡ଼ିଶାର ରେକର୍ଡ । ସଂଖ୍ୟାକୁ ତୁଳନା କଲେ ଦେଶ ତୁଳନାରେ ଓଡ଼ିଶା ସବୁଠୁ ଆଗରେ ରହିଛି । ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । 
    ତାଙ୍କ ସୂଚନା ଅନୁଯାୟୀ ଗତ ୫ ବର୍ଷରେ ବଜ୍ରପାତରେ ଓଡ଼ିଶାରେ ମୋଟ ୧୧୦୩ଜଣଙ୍କ ମୃତୁ୍ୟ ହୋଇଛି । ଉତ୍ତରପ୍ରଦେଶ ବଡ଼ ରାଜ୍ୟ ହୋଇଛି ବି ସେଠାରେ ୫ ବର୍ଷରେ ୫୪୨ଜଣଙ୍କ ଜୀବନ ଯାଇଛି । ଓଡ଼ିଶାର ବାଲେଶ୍ୱର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବଜ୍ରପାତଜନିତ ମୃତୁ୍ୟ ସଂଖ୍ୟା ଅଧିକ । ୫ ବର୍ଷରେ ଝାରସୁଗୁଡ଼ାରେ ସବୁଠୁ ଅଧିକ ୭୨ ଓ ବଲାଙ୍ଗୀରରେ ୫୫ଜଣଙ୍କ ମୃତୁ୍ୟ ହୋଇଛି । ତେବେ ଗବେଷଣା କହୁଛି ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ହେଉଛି । ଖଣିଜପଦାର୍ଥ ହେଉଛି ବିଦୁ୍ୟତ ସୁପରିବାହୀ । ନିର୍ଦ୍ଧିଷ୍ଟ କେଉଁଠି ବଜ୍ରପାତ ହେବ ତାହାର ଆକଳନ ପାଇଁ ଜ୍ଞାନକୌଶଳ ନାହିଁ । 

    ବଜ୍ରପାତର ସ୍ଥାୟୀ ନିରାକରଣ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ ।  ଭାରତୀୟ ପାଣିପାଗ ଅନୁଷ୍ଠାନ ତରଫର ତଥ୍ୟ ଅନୁଯାଇ ମୋବାଇଲ ଆପରେ ଜନସାଧାରଣ ଙ୍କୁ ଅବଗତ କରାଯାଉଛି। କେଉଁଠାରେ କ‌େବେ ବଜ୍ରପାତ ହେବ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ସଫଳ ହୋଇନାହାନ୍ତି। ଏନେଇ ଅନୁସନ୍ଧାନ ଜାରି ରହିଛି ।

    କ୍ଷେତ ଓ ସ୍କୁଲରେ ବହୁ ସଂଖ୍ୟକ ଲୋକେ ବଜ୍ରପାତର ଶିକାର ହେଉଛନ୍ତି । ତାଳ ଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗକୁ ରାଜସ୍ବ ବିଭାଗ ୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବଜ୍ରପାତରେ ମୃତ୍ୟୁବରଣ କଲେ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି ।

    Maximum 500 characters

    ତାଜା ଖବର View all

    Find Us on Facebook