Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଧାନସଭାରେ ଉଠିଲା ଆଳୁ ପ୍ରସଙ୍ଗ

    Share on :
    ajab-Image
    Date: Jul 26, 2024    Views: 3423

    ଭୁବନେଶ୍ୱର: ରାଜ୍ୟରେ ଏବେ ଆଳୁ ଦର ଆକାଶଛୁଆଁ । ଅନ୍ୟପଟେ ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିନପାରିବା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ତେବେ ଆଜି ବିଧାନସଭାରେ ଆଳୁ ପ୍ରସଙ୍ଗ ଉଠିଛି । ବିଧାନସଭାର ଶୂନ୍ୟକାଳରେ ବାଲେଶ୍ୱର ବିଧାୟକ ମାନସ ଦତ୍ତ ଏହି ପ୍ରସଙ୍ଗ ଉଠାଇଛନ୍ତି ।  ସେ କହିଛନ୍ତି ଯେ ବାଲେଶ୍ୱରରେ ଆଳୁ ମିଳୁନାହିଁ । ପଶ୍ଚିମବଙ୍ଗର ଦାଦାଗିରି ପାଇଁ ଆଳୁ ଗାଡ଼ି ଓଡ଼ିଶାକୁ ଆସିପାରୁନାହିଁ । ଆବଶ୍ୟକ ପଡ଼ିଲେ ବାଲେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିବା ସାମଗ୍ରୀ ବନ୍ଦ କରାଯିବ ବୋଲି କହି ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ବିଧାୟକ ମାନସ ଦତ୍ତ କହିଛନ୍ତି । 

    ପ୍ରକାଶଯେ ପଶ୍ଚିମ-ଓଡ଼ିଶା ସୀମାରେ ବହୁ ଆଳୁ ଟ୍ରକ ଅଟକି ରହିଛି । ସମ୍ପୃକ୍ତ ଆଳୁ ଟ୍ରକଗୁଡ଼ିକ ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୁଲିସ ଅଟକାଇଥିବା ଜଣାଯାଇଛି । ଓଡ଼ିଶାକୁ ପ୍ରବେଶ ଅନୁମତି ନଥିବାରୁ ଟ୍ରକ ଆସିପାରୁନାହିଁ ।  ସୀମାବର୍ତ୍ତୀ ୪ଟି ରାସ୍ତାରେ ଶତାଧିକ ଟ୍ରକ ଅଟକି ରହିଛି । 

    ତେବେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଭୁବନେଶ୍ୱରସ୍ଥ ଆଇଗିଣିଆ ଗୋଦାମରେ ସମୀକ୍ଷା କରିଛନ୍ତି । ଏଥିସହ ଆଳୁ ଦର ବୃଦ୍ଧି ପଛରେ ଅସାଧୁ ବ୍ୟବସାୟୀଙ୍କ ହାତ ରହିଥିବା ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଆଳୁ ପର୍ଯ୍ୟପ୍ତ ପରିମାଣରେ ଅଛି । ଆହୁରି ୭/୮ ଦିନ ଚାଲିବ । କଳାବଚାରୀ କଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପଶ୍ଚିମବଙ୍ଗରୁ ଆଳୁ ଆସିନପାରିଲେ ଉତ୍ତରପ୍ରଦେଶରୁ ଆଳୁ ଅଣାଯିବ । ପୂର୍ବ ସରକାରଙ୍କ ଯୋଗୁ ମଧ୍ୟ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଉଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ଆଳୁ ଓ ପିଆଜ ଉପôାଦନ ସହ ଶୀତଳଭଣ୍ଡାର  ହୋଇନଥିବାରୁ ଏଭଳି ସ୍ଥିତି ହୋଇଥିବା ସେ କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook