Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାସନକାର୍ଡ ନେଇ ଏହା କହିଲେ ପ୍ରତାପ ଦେବ

    Share on :
    ajab-Image
    Date: Jul 26, 2024    Views: 3716

    ଭୁବନେଶ୍ୱର:  ଆଜି ବିଧାନସଭା ବଜେଟ ଅଧିବେଶନର ପଞ୍ଚମ ଦିନ । ତେବେ ବିଧାନସଭା ଶୂନ୍ୟକାଳରେ ଉଠିଲା ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ । ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ରାଜ୍ୟରେ ୨୫ ଲକ୍ଷ ଭୂତ କାର୍ଡ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଯୋଗାଣ ମନ୍ତ୍ରୀ କହିଥିଲେ ରାସନ କାର୍ଡ ପାଇଁ ୬ ଲକ୍ଷ ୭୦ ହଜାର ନୂଆ ଆବେଦନ କରିଥିଲେ, ତାଙ୍କୁ ସାମିଲ କରିବେ କି ? ଯଦି ୨୫ ଲକ୍ଷ ଭୂତ କାର୍ଡ ତାହାଲେ ସେଗୁଡିକର ଆଧାର ଲିଙ୍କ ହୋଇଛି କି? ଯଦି ହୋଇଛି ତାହା ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ପ୍ରତାପ ଦେବ । ଏଥିସହିତ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସରକାରଙ୍କ ତରଫରୁ ଯଦି କିଛି ବିଜ୍ଞପ୍ତି ପ୍ରକାଶ କରାଯାଇଛି, ତେବେ ସମସ୍ତ ବିଧାୟକଙ୍କୁ ଏହାର କପି ପ୍ରଦାନ କରିବାକୁ ସେ ଦାବି କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook