Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଖୁବଶୀଘ୍ର ୧୬ ହଜାର ୫୧୯ ଶିକ୍ଷକ ପଦ ସୃଷ୍ଟି

    Share on :
    ajab-Image
    Date: Jul 26, 2024    Views: 3045

    ଭୁବନେଶ୍ୱର: ବିଧାନସଭା ପଞ୍ଚମ ଦିନରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ରାଜ୍ୟରେ ୧୭,୭୬୧ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ବିଭିନ୍ନ ଜିଲାରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଧାୟକ ମାନେ ପ୍ରଶ୍ନ କରିଥିଲେ । ସଦସ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି  ଯେ, ଖୁବଶୀଘ୍ର ୧୬ ହଜାର ୫୧୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ସ୍କୁଲର ନିଜସ୍ୱ ଜମି ନଥିବା କଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅବଗତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏ ଦିଗରେ ଆଲୋଚନା କରିଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅନ୍ୟପଟେ ରାଜ୍ୟରେ ୬୧୦ ବର୍ଗର ହାଇସ୍କୁଲ ଅଛି, ସେଗୁଡିକ ଅନୁଦାନପ୍ରାପ୍ତ ସ୍କୁଲ । ପ୍ରତି ପଞ୍ଚାୟତରେ ଥିବା ସ୍କୁଲଗୁଡିକ ଶିକ୍ଷକ ଅଭାବରୁ ବନ୍ଦ ହୋଇଯାଉଛି । ସେଗୁଡିକ କିପରି ଅପଗ୍ରେଡ଼ କରି ବଞ୍ଚାଇ ରଖାଯାଇପାରିବ । ସେଥିପ୍ରତି କି ପଦକ୍ଷେପ ସରକାର ନେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେଡ଼ି ବିଧାୟକ ବଦ୍ରି ପାତ୍ର । ଏହାର ଜବାବ ରଖି ଗଣଶିକ୍ଷା ମନ୍ତ୍ରୀ କହିଥିଲେ, ଏଥିପ୍ରତି ଦୃଷ୍ଟି ଦେବୁ । 

    Maximum 500 characters

    ତାଜା ଖବର View all

    Find Us on Facebook