ମୁଖ୍ୟ ଖବର
ନୂଆଦିଲ୍ଲୀ : ଭାରତୀୟ କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଅନ୍ତର୍ଜାତୀୟ ଓ ଆଇପିଏଲରୁ ଅବସର ନେବା ପରେ ଏବେ ଇଣ୍ଟରନ୍ୟାସନାଲ ଲିଗ୍ ଟ୍ବେଣ୍ଟି-୨୦ରେ ଖେଳିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ଅଶ୍ବିନ ଆଇଏଲ ଟ୍ବେଣ୍ଟି-୨୦ ଖେଳାଳି ନିଲାମ ଲାଗି ନାମ ପଞ୍ଜୀକରଣ କରିଛନ୍ତି। ଆଇଏଲ ଟ୍ବେଣ୍ଟି-୨୦ ଲିଗ୍ ଚତୁର୍ଥ ସଂସ୍କରଣ ଆସନ୍ତା ଡିସେମ୍ବର ୨ରୁ ୨୦୨୬ ଜାନୁଆରୀ ୪ ପର୍ୟ୍ୟନ୍ତ ୟୁଏଇରେ ଖେଳାଯିବ। ଏଥିପାଇଁ ଖେଳାଳି ନିଲାମ ସେପ୍ଟେମ୍ବର ୩୦ରେ ହେବ। ନିଲାମରେ ସାମିଲ ପାଇଁ ନାମ ପଞ୍ଜୀକରଣର ଶେଷ ସମୟ ସେପ୍ଟେମ୍ବର ୧୦ ରହିଛି। ଉକ୍ତ ଲିଗ୍ରେ ପୂର୍ବରୁ ଅମ୍ବାତି ରାୟୁଡୁ, ରବିନ ଉଥପ୍ପା ଓ ୟୁସୁଫ ପଠାନ ଖେଳୁଛନ୍ତି। ଅଶ୍ବିନ ୨୦୨୪ ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଅନୀଲ କୁମ୍ବଲେଙ୍କ ୬୧୯ ୱିକେଟ ପରେ ଅଶ୍ବିନ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ୫୩୭ଟି ୱିକେଟ ନେଇଛନ୍ତି।
୨୦୨୫ଆଇପିଏଲରେ ଚେନ୍ନଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳିଥିଲେ। ଅଶ୍ବିନ ଗତ ୨୭ରେ ଆଇପିଏଲରୁ ଅବସର ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ।
Comments ସମସ୍ତ ମତାମତ