ମୁଖ୍ୟ ଖବର
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ବାମହାତୀ ପେସର ଅଶ୍ୱିନୀ କୁମାର ଆଇପିଏଲରେ ସ୍ମରଣୀୟ ଡେବୁ୍ୟ କରିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ୨୪ ରନ ବିନିମୟରେ ୪ ୱିକେଟ ନେଇଛନ୍ତି । ତାଙ୍କ ଘାତକ ବୋଲିଂ ଯୋଗୁଁ କୋଲକାତା ନାଇଟ ରାଇଡର୍ସ ୧୬.୨ ଓଭରରେ ୧୧୬ରନ କରି ଅଲଆଉଟ ହୋଇଥିଲେ । ଚଳିତ ଆଇପିଏଲ ସିଜିନରେ ଏହା ସବୁଠୁ କମ ଦଳଗତ ସ୍କୋର । ୨୩ ବର୍ଷ ବୟସ୍କ ଅଶ୍ୱିନୀ କୁମାର ପ୍ରଥମ ଭାରତୀୟ ଯିଏକି ଏକ ଆଇପିଏଲ ଡେବୁ୍ୟରେ ୪ ୱିକେଟ ନେଇଛନ୍ତି । ଅଶ୍ୱିନୀ କୁମାର କୋଲକାତା ନାଇଟ ରାଇର୍ଡସ ଅଧିନାୟକ ଅଜିଙ୍କ୍ୟ ରାହାନେ, ରିଙ୍କୁ ସିଂ, ମନୀଷ ପାଣ୍ଡେ ଏବଂ ଆନେ୍ଦ୍ର ରସେଲଙ୍କୁ ଆଉଟ କରିଥିଲେ ।
୨୦୧୯ରେ ସନରାଇର୍ଜସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଆଲଜରୀ ଜୋସେଫ ୧୨ରନ ବିନିମୟରେ ୬ୱିକେଟ ନେଇ ଏହି ଲିଷ୍ଟର ଟପରେ ରହିଛନ୍ତି । ୨୦୧୭ରେ ଆରପିଏସ ବିପକ୍ଷ ମ୍ୟାଚରେ ଜିଏଲର ଆଣ୍ଡୁ୍ୟ ଟାଇ ୧୭ରନ ଦେଇ ୫ ୱିକେଟ ନେବା ସହ ଦ୍ୱିତୀୟରେ ରହିଛନ୍ତି । ୨୦୦୮ରେ ଡିଡି ବିପକ୍ଷ ମ୍ୟାଚରେ କେକେଆର ସୋଏବ ଅଖତାର ୧୧ରନ ବିନିମୟରେ ୪ ୱିକେଟ ନେଇଥିଲେ । ୨୦୧୨ରେ କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ଆରଆରର କେଭନ କୁପର ୨୬ ରନ ବିନିମୟରେ ୪ଟି ଏବଂ ୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଆରସିବି ଡେଭିଡ ୱାଇଜ ୩୩ ରନ ବିନିମୟରେ ୪ଟି ୱିକେଟ ନେଇଥିଲେ ।
Comments ସମସ୍ତ ମତାମତ