Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚାପ ପାଇଁ ମୁଁ କୌଣସି ନିଷ୍ପତ୍ତି ନେଇ ନାହିଁ:ଗେହଲଟ

    Share on :
    ajab-Image
    Date: Nov 18, 2024    Views: 3550

    ନୂଆଦିଲ୍ଲୀ:  ବିଜେପିରେ ସାମିଲ ହୋଇଛନ୍ତି ଆପର ପୂର୍ବତନ ନେତା କୈଳାଶ ଗେହଲଟ। ସେ ଗତକାଲି ଆପରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସକାଳେ ବିଜେପି କାର୍ୟ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗେହଲଟ।   ବିଜେପିରେ ଯୋଗଦେବା ପରେ ଗହଲୋଟ୍ କହିଛନ୍ତି, ଏହା ମୋ ପାଇଁ ଏତେ ସହଜ ପଦକ୍ଷେପ ନୁହେଁ... ଆନ୍ନା ହାଜାରେଙ୍କ ସମୟରୁ ମୁଁ ଆପର ଏକ ଅଂଶ ଥିଲି ଏବଂ ବିଧାୟକ ଓ ମନ୍ତ୍ରୀ ଭାବେ ଦିଲ୍ଲୀ ପାଇଁ କାମ କରିଛି। କେହି କେହି ଭାବି ପାରନ୍ତି ଏହା ଗୋଟିଏ ରାତିର ନିଷ୍ପତ୍ତି... କିମ୍ବା ଚାପ କାରଣରୁ ମୁଁ ଇସ୍ତଫା ଦେଇଛି। କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଚାପ ପାଇଁ ମୁଁ କୌଣସି ନିଷ୍ପତ୍ତି ନେଇ ନାହିଁ।"

    ଚର୍ଚ୍ଚା ହେଉଛି କି ମୁଁ ସିବିଆଇ ଓ ଇଡି ଭୟରେ ଏପରି ନିଷ୍ପତ୍ତି ନେଇଛି। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ, ୨୦୧୫ ପରଠାରୁ ଆପ୍ ସଦସ୍ୟ ଭାବରେ, ବିଧାୟକ ଭାବରେ ଏବଂ ମନ୍ତ୍ରୀ ଭାବରେ ମୁଁ ଚାପ କାରଣରୁ କୌଣସି କାର୍ୟ୍ୟ କରି ନାହିଁ ବୋଲି ଗେହଲଟ କହିଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook