Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭାଇବୋହୂଙ୍କୁ ବଳାତ୍କାର ଉଦ୍ୟମ, ଦେଢ଼ଶୂର ଗିରଫ

    Share on :
    ajab-Image
    Date: May 18, 2025    Views: 3136

    ପାଣିକୋଇଲି: ଯାଜପୁର ଜିଲା ପାଣିକୋଇଲି ଥାନା ଅଞ୍ଚଳରେ ଭାଇବୋହୂଙ୍କୁ ଦେଢ଼ଶୂର ବଳାତ୍କାର ଉଦ୍ୟମ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

    ମହିଳାଙ୍କ ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗରେ ଦେଢ଼ଶୂର ତାଙ୍କ ଘରେ ପଶି ବଳାତ୍କାର ଉଦ୍ୟମ କରିଥିଲେ। ମହିଳା ଜଣକ ବିରୋଧ କରିବାରୁ ସେମାନଙ୍କ ମଧ୍ୟରେ ଠୋଲପେଲା ହୋଇଥିଲା। ମହିଳାଙ୍କ ପାଟିଶୁଣି ଅନ୍ୟମାନେ ଆସିବାରୁ ଅଭିଯୁକ୍ତ ତାର ସଜାଡିବାକୁ ଆସିଥିବା କହି ସଫେଇ ଦେଇଥିଲା। ଏହାପରେ ଅଭିଯୁକ୍ତ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ମହିଳା ନିଜକୁ ଅସୁରକ୍ଷିତ ମଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook