ମୁଖ୍ୟ ଖବର
ଭୁବନେଶ୍ବର : ଗତ ବର୍ଷ ସେପ୍ଟେମ୍ବର ମାସରେ ପୁରୀ ଆସିଥିଲେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ୟ୍ୟ କରି ଗିରଫ ହୋଇଥିବା ମହିଳା ୟୁଟ୍ୟୁବର ଜ୍ୟେତି ମାଲହୋତ୍ରା । ସେପ୍ଟେମ୍ବର ମାସ ୨୭ ତାରିଖ ୨୦୨୪ ମସିହାରେ ସେ ଇନଷ୍ଟାଗ୍ରାମରେ ପୁରୀ ଆସିଥିବା ନେଇ ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ । ଏବେ ସେ ଗିରଫ ହେବା ପରେ ପୁରୀ ନେଇ କିଛି ତଥ୍ୟ ସେୟାର କରିଥିବା ଅନୁମାନ କରାଯାଉଛି । କେବଳ ପୁରୀ ନୁହେଁ, ସେ ଦେଶର ଅନେକ ପର୍ୟ୍ୟଟନସ୍ଥଳୀ ଯାତ୍ରା କରିଛନ୍ତି ଏବଂ ଫଟୋ ଓ ସେହି ସ୍ଥାନ ସମ୍ପର୍କରେ କିଛି ରୋଚକ ତଥ୍ୟ ନିଜ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି ।ହରିୟାଣାର ହିସାରରୁ ସିଭିଲ ଲାଇନ୍ସ ପୁଲିସ ଜ୍ୟେତିଙ୍କୁ ଗିରଫ କରିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ଜ୍ୟୋତି ନିୟମିତ ଯୋଗସୂତ୍ର ରକ୍ଷା କରିବା ସହିତ ଭାରତ ସମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ହ୍ବାଟ୍ସଆପ, ଟେଲିଗ୍ରାମ ଏବଂ ସ୍ନାପଚାଟ୍ ଜରିଆରେ ସେ ଏହି ତଥ୍ୟ ପ୍ରଦାନ କରୁଥିଲେ। ତାଙ୍କର ‘ଦେଶୀ ଇଣ୍ଡୋ ଜୋ’ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି। ସେ ଅନେକ ସମୟରେ ବିଦେଶ ଗସ୍ତ କରନ୍ତି। ପାକିସ୍ତାନକୁ ମଧ୍ୟ ଏକାଧିକ ଥର ଗସ୍ତ କରିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଭାରତରେ ପାକିସ୍ତାନର ଏକ ସକରାତ୍ମକ ଛବି ସୃଷ୍ଟି କରିବାକୁ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା ବୋଲି ଜଣାପଡ଼ିଛି।ତେବେ ଜ୍ୟେତି ଅନେକ ଭାରତୀୟ ପର୍ୟ୍ୟଟନ ଓ ତୀର୍ଥ ସ୍ଥଳୀ ଯାତ୍ରା କରି ସେହି ସ୍ଥାନ ସମ୍ପର୍କରେ ସୂଚନା ପ୍ରଦାନ କରିଥାନ୍ତି । ତେବେ ହୁଏତ କୌଣସି ଗୁପ୍ତ ତଥ୍ୟ ଶତ୍ରୁ ଦେଶକୁ ସେ ପଠାଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଯଦି ଏପରି ହୋଇଥାଏ ତେବେ କୌଣସି ସମ୍ଭାବ୍ୟ ବିପଦକୁ ନଜରରେ ରଖି ପୂର୍ବରୁ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ଜ୍ୟୋତି ପ୍ରଥମେ ପାକିସ୍ତାନ ଯାଇଥିବା ସମୟରେ ଅହଶନ ଉର ରହିମ ଓରଫ ଦାନିଶ ନାମକ ବ୍ୟକ୍ତି ସଂସ୍ପର୍ଶରେ ଆସିଥିଲେ। ଭାରତ ଫେରିବା ପରେ ବି ସେ ଦାନିସ ସହ ଯୋଗାଯୋଗରେ ରହିଥିଲେ। ୨ୟ ଥର ପାକ୍ ଗସ୍ତ କରିବା ସମୟରେ ଅଶନ ଜରିଆରେ ସେ ଅଲି ଅହଶନ ନାମକ ଅନ୍ୟ ଜଣେ ବ୍ୟକ୍ତି ସହ ପରିଚିତ ହୋଇଥିଲେ। ଅଲି ଅହଶନ ଜ୍ୟୋତିଙ୍କୁ ଆଇଏସଆଇର ସଦସ୍ୟ ସହିତ ପରିଚିତ କରାଇଥିଲା। ଏହା ପରଠାରୁ ଜ୍ୟୋତି ଭାରତ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଆଇଏସଆଇକୁ ପ୍ରଦାନ କରିବା ଆରମ୍ଭ କରିଥିଲେ।
Comments ସମସ୍ତ ମତାମତ