ମୁଖ୍ୟ ଖବର
ମୋହନା : ଗଜପତି ଜିଲା ମୋହନା ଗୋଛାଗୁଡାରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ l ଗିରଫମାନେ ହେଲେ ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ଗୋଛାଗୁଡା ଗାଁର ଲୁଲୁ ମଲିକ, ସହଦେ ମଲିକ l ସେମାନଙ୍କ ଠାରୁ ୨ ଟି ବାଘ ଦାନ୍ତ, ଗୋଟିଏ ଧନୁ ତୀର, ୪ ଟି ଫାଶ ଜବତ କରିଛି ବନ ବିଭାଗ।ଗତ କିଛି ଦିନ ତଳେ ଗଞ୍ଜାମ ଜିଲା ଭଞ୍ଜନଗର ବନ ବିଭାଗ ବାଘ ଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରିଥିଲା l ଏହି ଘଟଣାର ତଦନ୍ତ କରି ଗିରଫ ହୋଇଥିବା ଚିତ୍ରଙ୍କ ପୁଅ ସହଦେ ଓ ତାଙ୍କ ସହଯୋଗୀ ଲୁଲୁଙ୍କୁ ଗିରଫ କରାଯାଇଥିବା ପାରଳାଖେମୁଣ୍ଡି ଏସିଏଫ ସାଇନିଶ୍ରୀ ଦାସ ସୂଚନା ଦେଇଛନ୍ତି।
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ, ଅଭିଯୁକ୍ତମାନେ ଗୋଛାଗୁଡା ଗାଁ ନିକଟରୁ କଲରା ପତରିଆ ବାଘ ଶିକାର କରି ଭଞ୍ଜନଗର ଅଞ୍ଚଳରେ ଛାଲ ଓ ଦାନ୍ତ ବିକ୍ରି କରୁଥିଲେ l ତେବେ ଗତ କିଛି ଦିନ ତଳେ ବାଘ ଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରିଥିଲା ଭଞ୍ଜନଗର ବନ ବିଭାଗ l ଏହି ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଥିଲା ଭଞ୍ଜନଗର ବନ ବିଭାଗ l
Comments ସମସ୍ତ ମତାମତ