Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କୁ ୬ ଦାବି ଜଣାଇଲେ ଅପରାଜିତା

    Share on :
    ajab-Image
    Date: Jan 4, 2025    Views: 2995

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାକ୍ଷାତ କରିଛନ୍ତି । ଭୁବନେଶ୍ୱରର ଉନ୍ନତି ନିମନ୍ତେ ୬ଟି ପ୍ରସ୍ତାବ ପ୍ରଦାନ କରିଛନ୍ତି । ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ।
    ଅପରାଜିତା ଗତବର୍ଷ ସେପ୍ଟେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଞ୍ଚଳ ଲୋକଙ୍କ ପାଇଁ ୪ଟି ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଶୀଘ୍ର କାର୍ୟ୍ୟ ହାତକୁ ନେଇ ଆଗ୍ରହ ଦେଖାଇଛନ୍ତି । ଯାହାକୁ ନେଇ ୨୦୨୫ ବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଭାବରେ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ବର ସାଂସଦ । ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ଆଉ ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏହି ୬ଟି ପ୍ରସ୍ତାବ କାର୍ୟ୍ୟକାରୀ ହେଲେ ଭୁବନେଶ୍ବର ବାସିନ୍ଦା ବେଶ୍ ଉପକୃତ ହେବେ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କରିଛନ୍ତି, "ସଂସଦୀୟ କ୍ଷେତ୍ରର ୪ଟି ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲି, କାମ ଆରମ୍ଭ ହେଇଛି । ଆଜି ଆଉ ୬ଟି ବିଷୟ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଖୋର୍ଦ୍ଧା, ଜଟଣୀ, ବେଗୁନିଆ, ଡେଲାଙ୍ଗ ଲୋକଙ୍କର ଦାବି ରହିଛି । ୧୫୬ ଗାଁକୁ ଜଗନ୍ନାଥ ଜମି ଦିଆଯାଇଥିଲା । ୩୬ ଗାଁର ପାଖାପାଖି ୧ ଲକ୍ଷ ୨୦ ହଜାର ଲୋକେ ଜମି ଫେରି ପାଇବାରୁ ବଞ୍ଚିତ ଅଛନ୍ତି । ସେମାନଙ୍କୁ ଜମି ଫେରାଇ ଦେବା ପାଇଁ ୨୦୧୪ ମସିହାରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଜମି ସେମାନଙ୍କୁ ଫେରାଇ ଦିଆଯିବ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ସେହିପରି ଜଟଣୀରେ ନିର୍ମାଣ ହେବ ୫୬୮ ଭେଣ୍ଡିଂ ଜୋନ । ୧୬ କୋଟି ୫୮ ଲକ୍ଷ ଟଙ୍କା ବ୍ୟବରାଦ ହୋଇଛି ।

    Maximum 500 characters

    ରାଜନୀତି View all

    Find Us on Facebook