ଭୁବନେଶ୍ବର: ‘‘ଭାରତୀୟ ସମ୍ବିଧାନର ପ୍ରଣେତା ଡଃ.ଆମ୍ବେଦକରଙ୍କୁ ଅସମ୍ମାନ କରିଛି କଂଗ୍ରେସ । ସମ୍ବିଧାନକୁ ଖଣ୍ଡବିଖଣ୍ଡିତ କରିଦେଇଛି କଂଗ୍ରେସ । ଦଳିତ ଓ ପଛୁଆବର୍ଗଙ୍କୁ ବିକାଶରେ ବାଧା ସାଜିଛି । ଗୋଟିଏ ଦିନରେ ଦେଶରେ ୭ ସରକାର ସହ ଦେଶରେ ମୋଟ ୮୮ ଥର ସରକାର ଭାଙ୍ଗି ସମ୍ବିଧାନକୁ ଆଘାତ କରିଥିଲେ ଇନ୍ଦିରା ଗାନ୍ଧୀ । ଭୀମରାଓ ଆମ୍ବେଦକର ସମ୍ବିଧାନ ଗୌରବ ହେଉଛନ୍ତି । କିନ୍ତୁ ଜବାହାରଲାଲ ନେହେରୁ ଆମ୍ବେଦକରଙ୍କ ବିରୋଧୀ ଥିଲେ । କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ନିର୍ବାଚନରେ ଆମ୍ବେଦକରଙ୍କୁ ନିର୍ବାଚନରେ ହରାଇଥିଲେ । ମୃତ୍ୟୁ ପରେ ମଧ୍ୟ ଆମ୍ବେଦକରଙ୍କୁ କଂଗ୍ରେସ ସମ୍ମାନ ଦେଇନଥିଲା ।’’ ଭାରତୀୟ ଜନତା ପାର୍ଟିର ‘ସମ୍ବିଧାନ ଗୌରବ ଅଭିଯାନ’ ଅବସରରେ ଦଳୀୟ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଭୁବବନେଶ୍ବରରେ ପ୍ରେସମିଟ୍ କରି ଏପରି ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି।
ବିଜେପିର ସମ୍ବିଧାନ ଗୌରବ ଅଭିଯାନ ଅବସରରେଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରେସମିଟ କରିଥିଲେ ଅନୁରାଗ । କଂଗ୍ରେସକୁ ଘେରିବା ପାଇଁ ସିଧା ଆମ୍ବେଦକର ପ୍ରସଙ୍ଗ ଉଠାଇଥିଲେ । ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଓ ତାଙ୍କ ପରେ ଇନ୍ଦିରା ଗାନ୍ଧୀଙ୍କ କଥା ମଧ୍ୟ ସ୍ମରଣ କରାଇ ବର୍ଷିଥିଲେ । କହିଥିଲେ,‘‘ ଭୀମରାଓ ଆମ୍ବେଦକର ହେଉଛନ୍ତି ସମ୍ବିଧାନ ଗୌରବ । ନେହେରୁ ଆମ୍ବେଦକରଙ୍କ ବିରୋଧୀ ଥିଲେ । କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ନିର୍ବାଚନରେ ଆମ୍ବେଦକରଙ୍କୁ ନିର୍ବାଚନରେ ହରାଇଥିଲେ ଖାଲି ସେତିକି ନୁହେଁ ନେହେରୁ ଏସସି,ଏସଟି, ଓବିସି ବିରୋଧୀ ଥିଲେ ।ଅନୁରାଗ ଆହୁରି ମଧ୍ୟ କହିଛନ୍ତି,‘‘ ଆମ୍ବେଦକରଙ୍କୁ ଉଚିତ୍ ସମ୍ମାନ ଦିଆଯାଇନାହିଁ । ଆମ୍ବେଦକରଙ୍କ ମୃତ୍ୟୁ ପରେ ଅନ୍ତିମ ସଂସାର କରାଇ ଦେଲେନି କି କୌଣସି ସହାୟତା କଲେ ନାହିଁ । ସେତେବେଳେ ଆମ୍ବେଦକରଙ୍କୁ ‘ଭାରତରତ୍ନ’ ଦିଆଯାଇନଥିଲା । ସେମାନେ (କଂଗ୍ରେସ) ତାଙ୍କ ପ୍ରତିମୂର୍ତ୍ତି ଗୋଟିଏ ବି ନିର୍ମାଣ କରିନଥିଲେ, ଆମେ କ୍ଷମତାକୁ ଆସିବା ପରେ କଲୁ । ଜନତାଙ୍କୁ ଅଧିକାର ଯଦି କିଏ ଦେଇଛି, ତାହେଲା ଆମ୍ବେଦକରଙ୍କ ସମ୍ବିଧାନ ।’’ଅନୁରାଗ କହିଛନ୍ତି,‘‘ ସମ୍ବିଧାନର ଆତ୍ମାକୁ ମାରିବା କାମ ଇନ୍ଦିରା ଗାନ୍ଧୀ ହିଁ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ପରିବାର ହିଁ ସମ୍ବିଧାନ ହତ୍ୟା କରିଛନ୍ତି । ବିନା କାରଣରେ ୮୮ ଥର ବିଭିନ୍ନ ସରକାର ଭାଙ୍ଗିଛନ୍ତି । ରାଷ୍ଟ୍ରହିତ ପାଇଁ ଭାରତୀୟ ଜନତା ପାର୍ଟି ସମ୍ବିଧାନ ସଂଶୋଧନ କରିଛି ।’’
Comments ସମସ୍ତ ମତାମତ