Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି: ଅମର

    Share on :
    ajab-Image
    Date: Sep 10, 2025    Views: 3331

    ଭୁବନେଶ୍ୱର: ନୂଆ ବିଜେଡି ଗଠନ ନେଇ ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ। ସେ କହିଛନ୍ତି, ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି। ନିର୍ଦ୍ଦିଷ୍ଟ ନୀତି ଓ ସେହିପରି ବିଜେଡିରେ କିଏ ହେବେ ଏକନାଥ ସିନ୍ଧେ ପ୍ରଶ୍ନରେ ଅମର ଶତପଥୀ କହିଛନ୍ତି, ବର୍ତ୍ତମାନ ସିଏ ଗୋପରେ ବଢୁଛି କି ମଥୁରାକୁ ଆସି ଗଲେଣି ସେକଥା କିଏ କହିବ । ଗତକାଲି ପୂର୍ବତନ ସାଂସଦ ତଥାଗତ ଶତପଥୀ ମଧ୍ୟ ଏନେଇ ଇଙ୍ଗିତ ଦେଇଥିଲେ । ଆଜି ତଥାଗତଙ୍କ କଥାକୁ ସମର୍ଥନ କରିଛନ୍ତି ବରିଷ୍ଠ ନେତା ଅମର ଶତପଥୀ । ତେବେ ଅମରଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।ବିଚାରଧାରାରେ ନ ଚାଲିଲେ ନେତା ଓ କର୍ମୀ ଦୂରେଇ ଯିବେ। ପୂର୍ବତନ ଏମ୍‌ପି ତଥାଗତ ସତପଥୀଙ୍କ କଥାକୁ ସମର୍ଥନ କରିଛନ୍ତି ଅମର ଶତପଥୀ ।

    ଲଗାତର ଭାବେ ବଡ଼ଚଣା ନିର୍ବାଚନମଣ୍ଡଳୀରୁ ବିଜୟ ହାସଲ କରିଥିବା ଅମରଙ୍କୁ ଗତ ନିର୍ବାଚନରେ ବିଜେଡି ଟିକେଟ୍‌ ମିଳି ନ ଥିଲା। ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷଙ୍କ ଉପରେ ଆଶା ପ୍ରକଟ କରିଥିଲା ବିଜେଡି। ଯେଉଁଟା ଫେଲ୍‌ ମାରିଥିଲା। ଅନ୍ୟପକ୍ଷେ ଯାଜପୁରକୁ ବିଜେଡି ଗଡ଼ କୁହାଯାଉଥିବା ବେଳେ ଏହି ଗଡ଼ ଭୁଶୁୁଡି ପଡ଼ିଥିଲା।  ବୁଧବାର ମଧ୍ୟ ଧର୍ମଶାଳାରେ ମିଶ୍ରଣ ପର୍ବ ହେଉଛି। ଯେଉଁଠାରେ ଶହଶହ ଲୋକେ ବିଜେପିରେ ଯୋଗଦେଉଛନ୍ତି।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook