Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୁଣି ବିସ୍ଫୋରକ ବୟାନ ଦେଲେ ଅମର

    Share on :
    ajab-Image
    Date: Oct 17, 2024    Views: 3352

    ଭୁବନେଶ୍ୱର: ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ସାଂସଦ । ଏ କଥା ଖୋଦ ବିଜେଡିର ବରିଷ୍ଠ ନେତା ଅମରପ୍ରସାଦ ଶତପଥୀ କହିଛନ୍ତି । ସେ କହିଛନ୍ତି ଯେ ପୂର୍ବରୁ ୨ ଜଣ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିରେ ମିଶି ସାରିଲେଣି । ଏବେ ଆଉ କିଛି ବିଜେଡି ଏମପି ଦଳ ଛାଡ଼ିପାରନ୍ତି । ଦଳରେ ପୂର୍ବରୁ ଅସନ୍ତୋଷ ଥିଲା, କିନ୍ତୁ କେହି ମୁହଁ ଖୋଲୁନଥିଲେ । ମୁଁ କହିବା ଆରମ୍ଭ କରିବାକୁ ଅନେକ ମୁହଁ ଖୋଲୁଛନ୍ତି । ଦଳରେ ଯେ ଅସନ୍ତୋଷ ଅଛି ଏଥିରେ ଦ୍ୱିମତ ନାହିଁ ।୨ ଜଣ ରାଜ୍ୟସଭା ସାଂସଦଙ୍କ ପରେ ଆଉ କିଛି ଏମପି ବି ବିଜେଡି ଛାଡ଼ିପାରନ୍ତି । ମୋ ମୂଳ ପ୍ରଶ୍ନର ଉତ୍ତର କେହି ଦେଲେନି । ସଭାପତି ମୁହଁ ଖୋଲୁନାହାନ୍ତି । ଯେଉଁମାନେ ବୟାନବାଜି କରୁଛନ୍ତି ସେମାନେ ଦଳର ଅଧିକ କ୍ଷତି ଘଟାଉଛନ୍ତି ବୋଲି ଅମର ଶତପଥୀ କହିଛନ୍ତି ।ଓଡ଼ିଆ ସ୍ପଷ୍ଟ ନୁ୍ୟଜ ଖବର ସାଧାରଣ ନିର୍ବାଚନ ପରେ ବିଜେଡିରେ ସବୁ କିଛି ଠିକଠାକ ଚାଲିନଥିବା ଆଶଙ୍କା ସୃଷ୍ଟି ହେଉଛି । ବିଜେଡି ନେତା ଦଳ, ଦଳର ସଭାପତି ଓ ଦଳର ନେତାଙ୍କ ଗୋହି ଖୋଳିବାରେ ଲାଗିଛନ୍ତି । ଫଳରେ ଦଳରେ ଅସନ୍ତୋଷ ବିସ୍ଫୋରଣ ରୂପ ନେବାରେ ଲାଗିଛି । ଓଡ଼ିଆ ସ୍ପଷ୍ଟ ନୁ୍ୟଜ ଖବର ନିର୍ବାଚନ ପରେ ଦୁଇ ଜଣ ସଦସ୍ୟ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଏହି କ୍ରମରେ ପୂର୍ବତନ ମନ୍ତ୍ରୀ, ୬ ଥରର ବିଧାୟକ ଅମର ଶତପଥୀ ଓ ବିଜେଡି ଭିତରେ ସବୁକିଛି ଭଲ ଥିଲା ପରିଲାଗୁନାହିଁ । ନିର୍ଦ୍ଦିଷ୍ଟ କିଛି କାରଣ ଲାଗି ଦଳରେ ସେ ଅଣନିଶ୍ୱାସୀ ଥିବା ସହ ସଦସ୍ୟତା ରିନ୍ୟୁ କରିନଥିବା କହିଛନ୍ତି । ଫଳରେ ସେ ବିଜେଡି ଛାଡିବା ଲାଗି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯଦି ଅଣନିଶ୍ଵାସୀ ଲାଗୁଛି ତେବେ ଅମର ଦଳ ଛାଡ଼ି ପଳାନ୍ତୁ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଆହ୍ୱାନ ଦେଇଛନ୍ତି ।ସାଧାରଣ ଓ ବିଧାନସଭା ନିର୍ବାଚନରେ ବଡ଼ ବିପର୍ୟ୍ୟୟ ପରେ ‘ବିଜେଡ଼ି’ରେ ସବୁ କିଛି ଏବେ ଠିକ ନାହିଁ । ଭି.କେ ପାଣ୍ଡିଆନଙ୍କ ପ୍ରସଙ୍ଗରେ ଯେଉଁ ଅନ୍ତକନ୍ଦଳ ଥିଲା, ତାହା ଧିରେ ଧିରେ ବିସ୍ଫୋରଣ ହେବାରେ ଲାଗିଛି । ମୁହଁ ଖୋଲିବାରେ ଲାଗିଛନ୍ତି ଜଣେ ପରେ ଜଣେ ବରିଷ୍ଠ ନେତା । 

    ଲହ ଲହ ହେଉଛି  ଜିଭ । ବୋଲ ମାନୁନି ତୁଣ୍ଡ । ସକାଳ ପାଇଲା ବେଳକୁ  ଯାହା ତୁଣ୍ଡକୁ ଯାହା ଆସିଲା କହୁଛନ୍ତି ନେତା । ଭୋଟ ପୂର୍ବରୁ କିନ୍ତୁ ମୁହଁରେ ତାଲା ଲାଗିଥିଲା । ଅସନ୍ତୋଷର ନିଆଁ ଭିତରେ କୁହୁଳୁଥିଲା । କାର୍ୟ୍ୟାନୁଷ୍ଠାନ ଭୟରେ  କିନ୍ତୁ ଚୁପ୍‌ ଥିଲେ। ଏବେ କିନ୍ତୁ ବାଡ଼ ବତା ନାହିଁ । ଗତ କିଛି ଦିନ ହେବ ବିଜୁ ଜନତା ଦଳରେ ବିସ୍ଫୋରକ  ସ୍ଥିତି । ଭେଟେରାନ ନେତାମାନେ ସଭାମଞ୍ଚ ହେଉ ଅବା  ଗଣମାଧ୍ୟମରେ ନିଜ ଅସନ୍ତୋଷକୁ ଝାଡ଼ୁଛନ୍ତି । ୪ ମାସ  ପରେ ଦଳୀୟ ନେତାଙ୍କ ଏଭଳି ବୟାନବାଜିରୁ ଲାଗୁଛି  ଦଳରେ ସବୁ ଠିକଠାକ୍‌ ନାହିଁ । ଦଳରେ ଆଗକୁ ବଡ଼  ବିସ୍ଫୋରଣ ହେବ କି? ଏମିତି ଅନୁମାନ ଲଗାଉଛନ୍ତି  ରାଜନୈତିକ ମହଲ । 

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook