ମୁଖ୍ୟ ଖବର
ସିଡ୍ନୀ: ଅଷ୍ଟ୍ରେଲିଆର ମହାନ ମହିଳା କ୍ରିକେଟର୍ ତଥା ଅଧିନାୟିକା ଆଲିସା ହିଲିଙ୍କୁ ଆଉ ଦେଖିବାକୁ ମିଳିବନି କ୍ରିକେଟ ପଡ଼ିଆରେ। ଦୀର୍ଘ ୧୫ ବର୍ଷର କ୍ରିକେଟ୍ ଯାତ୍ରାରେ ଖୁବ ଶୀଘ୍ର ସେ ପୂର୍ଣ୍ଣଚ୍ଛେଦ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ମହିଳା କ୍ରିକେଟର୍ ଭାବେ ପରିଚିତ ଆଲିସା ଆଗାମୀ ଭାରତ ବିପକ୍ଷ ଟେଷ୍ଟ, ଦିନିକିଆ ଓ ଟି୨୦ ଶୃଙ୍ଖଳା ପରେ ଅବସର ନେେବ। ଏ ନେଇ ଆଲିସା ମଙ୍ଗଳବାର ଘୋଷଣା କରିଛନ୍ତି।
୩୫ ବର୍ଷୀୟ ୱିକେଟରକ୍ଷକ ତଥା ବ୍ୟାଟର ଆଲିସା ନିଜ ଖେଳ ଜୀବନରେ ୮ ଥର ବିଶ୍ବକପ୍ ଜିତିବାର ସୌଭାଗ୍ୟ ପାଇଥିଲେ। ଯେଉଁଥିରେ ୨ ଥର ଆଇସିସି ଦିନିକିଆ ବିଶ୍ବକପ୍ ଏବଂ ୬ ଥର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ ସାମିଲ ରହିଛି। ଆସନ୍ତା ଭାରତ ବିପକ୍ଷ ଘରୋଇ ଶୃଙ୍ଖଳା ମୋ କ୍ରିକେଟ୍ ଜୀବନର ଶେଷ ଯାତ୍ରା ହେବ। ଏଥି ପାଇଁ ମିଶ୍ରିତ ଅନୁଭବ ରହିଛି। ଅଷ୍ଟ୍ରେଲିଆ ପାଇଁ ଖେଳିବାକୁ ଏବେ ବି ମୁଁ ପାଗଳପ୍ରାୟ। କିନ୍ତୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ସ୍ତରରେ ଅବନତି ଘଟିଛି। ସେହି ଦୃଷ୍ଟିରୁ ଅବସର ନେବା ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି ଭାବପ୍ରବଣ ସହ ଆଲିସା ପ୍ରକାଶ କରିଛନ୍ତି। ୨୦୨୩ରେ ମେଗ୍ ଲାନିଙ୍ଗ୍ ଅବସର ନେବା ପରଠାରୁ ଆଲିସା ହିଲି ଦଳର ନେତୃତ୍ବ ନେଉଥିଲେ। ଗତବର୍ଷ ଦିନିକିଆ ବିଶ୍ବକପ୍ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଭାରତ ବିଦାୟ ରାସ୍ତା ଦେଖାଇଥିଲା।
-
Comments ସମସ୍ତ ମତାମତ