Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିକୁ ଶାସନରୁ ହଟେଇବା ସମସ୍ତ ବିରୋଧୀଙ୍କ ଲକ୍ଷ୍ୟ ହେବା ଦରକାର: ଅଖିଳେଶ

    Share on :
    ajab-Image
    Date: Jan 18, 2026    Views: 2921

    ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଦେଶ ତଥା ରାଜ୍ୟରେ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ସେ ଗଣମାଧ୍ୟମର ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି । ଦେଶରେ କେନ୍ଦ୍ର ସରକାରଙ୍କ ନୀତି, ଏସଆଇଆର, ଗୋ' ହତ୍ୟା ମାମଲାରେ ସେ ବିଜେପିକୁ କଡ଼ା ଟାର୍ଗେଟ କରିଛନ୍ତି । ଏହାସହ ଭୁବନେଶ୍ୱରରେ ଆୟୋଜିତ Vision India କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସେ ।ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ,"ଓଡ଼ିଶାରେ ସଂଖ୍ୟାଲଘୁଙ୍କୁ ଆକ୍ରମଣ ଓ ଗୋ ମାଫିଆଙ୍କ ଦୋରାତ୍ମ୍ୟ ନେଇ ବିଶେଷ ସୂଚନା ନାହିଁ । କିନ୍ତୁ ଉତ୍ତର ପ୍ରଦେଶର ଏଭଳି ଘଟଣାର ଆମେ ସମ୍ମୁଖୀନ ହୋଇଛୁ । ଉତ୍ତର ପ୍ରଦେଶର ଏଭଳି ଘଟଣାରେ ଅଧିକ ବିଜେପିର ଲୋକ ସାମନାକୁ ଆସିଲେ । ଗୋ ମାତାଙ୍କୁ ହତ୍ୟା ଓ ମିଛ ଅଭିଯୋଗ କରି ଲୋକଙ୍କୁ ଫସାଉଥିଲେ ବିଜେପିର ନେତା । ମୋ ନିର୍ବାଚନ ମଣ୍ଡଳୀରେ ବିଜେପି ନେତା ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ଅର୍ଥ ଦେଇ ଗୋ ମାଂସ ମନ୍ଦିରରେ ଫିଙ୍ଗିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ଏହା ଦ୍ୱାରା ସେଠାରେ ଦଙ୍ଗା ହୋଇଥିଲା । ଆମେ ହସ୍ତକ୍ଷେପ କରିବାରୁ ୧୮ ଜଣ ବିଜେପି ନେତା ଜେଲ ଯାଇଥିଲେ । ଏଇଟା କେବଳ ଗୋଟେ ଘଟଣା ନୁହେଁ । ବିଜେପି ଅନେକ ଘଟଣାରେ ସିଧାସଳଖ ସାମିଲ ହୁଏ । ଗୋ ସୁରକ୍ଷା ଆଇନକୁ ପାଳନ କରାଯାଉ । ଲୋକଙ୍କୁ ସରକାର ସଚେତନ କରନ୍ତୁ ।"ସେ ଆହୁରି ମଧ୍ୟ କହିଥିଲେ," ନବୀନ ପଟ୍ଟନାୟକ ଦେଶର ଜଣେ ବରିଷ୍ଠ ନେତା । ବହୁତ ସମୟ ଧରି ସେ ମୁଖ୍ୟମନ୍ତ୍ରୀ ଥିଲେ । ଗରିବ ଲୋକଙ୍କ ବିକାଶ ଲାଗି ସେ ଅନେକ କାମ କରିଛନ୍ତି । ଏଥିପାଇଁ ଓଡିଶା ବିକାଶ ଦିଗରେ ଅଗ୍ରସର ହୋଇଛି । ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି । ଏହା ସହିତ ତାଙ୍କ ଭିତରେ ଉତ୍ସାହ ମଧ୍ୟ ଦେଖିଲି । ଆଗାମୀ ଦିନରେ ସେ ବିଜେପିକୁ ଓଡ଼ିଶାରୁ ହଟେଇବେ । ମୋ ବାପା ଓ ତାଙ୍କ ବାପା ସାଙ୍ଗ ହୋଇ କାମ କରିଛନ୍ତି । ଉଭୟଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ସେହି ସମ୍ପର୍କକୁ ଆମେ ଆଗକୁ ବଢାଇବୁ । 'କାମ କଥା କୁହେ' ଏକ ବିଜ୍ଞାପନ ମୁଁ ଲକ୍ଷ୍ନୌରେ ଦେଖିଥିଲି । ଏହି ନାରା ସମାଜବାଦୀ ପାର୍ଟି ଓ ନବୀନ ବାବୁ ଦିଅନ୍ତି । ଦେଶରେ ଓଡି଼ିଶା ଏକ ଭଲ ରାଜ୍ୟ । ବର୍ତ୍ତମାନ ବିଜେପି ହାତରେ ଓଡ଼ିଶା ଅଛି । ଓଡ଼ିଶାରେ ବିଜେପି କ'ଣ କରୁଛି ଠିକଣା ନାହିଁ । କିନ୍ତୁ ଉତ୍ତର ପ୍ରଦେଶରେ ବିଜେପି କିଛି କରୁନାହିଁ । ଏଠାରେ ମଧ୍ୟ ବିଜେପି କିଛି କରୁନାହିଁ ।"ସେ ଏହା ମଧ୍ୟ କହିଥିଲେ," ଦେଶରେ ଥିବା ବିରୋଧୀ ଦଳର ନେତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି, ସିବିଆଇ ଓ ଆୟକର ବିଭାଗର ଯାଞ୍ଚ ହେଉଛି । କେଉଁ ବିରୋଧୀ ଦଳ ନେତା ବାଦ ପଡିନାହାନ୍ତି । ବିରୋଧୀ ଦଳରେ ବିଭିନ୍ନ ଛାମୁଆ ସଂଗଠନ ରହିଛି । ବିଜେପିରେ ଇଡ଼ି, ସିବିଆଇ, ଆୟକର, ନିର୍ବାଚନ ଆୟୋଗ ଗୋଟେ ଗୋଟେ ସଂଗଠନ ହୋଇ ଯାଇଛି । ଶାସନ ଗାଦିରୁ ବିଜେପିକୁ ହଟେଇବା ସମସ୍ତ ବିରୋଧୀ ଦଳର ଲକ୍ଷ୍ୟ ହେବା ଦରକାର । ଉତ୍ତର ପ୍ରଦେଶରେ ରାଜ୍ୟ ନିର୍ବାଚନ ଓ ନିର୍ବାଚନ କମିଶନଙ୍କ ତଥ୍ୟରେ ଭୋଟରଙ୍କ ମଧ୍ୟରେ ୪ କୋଟି ତାରତମ୍ୟ ରହିଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି । ଆଧାର ସହିତ ଏହା ସଂଯୋଗ ହେଉନାହିଁ । ଘଟଣାରେ ସମାଜବାଦୀ ପାର୍ଟି ସୁପ୍ରିମକୋର୍ଟ ଯିବ । କାରଣ ଏମାନେ ଏସଆଇଆରରେ ଘୋଟାଲା କରିବାକୁ ଚାହୁଁଛନ୍ତି । ସମାଜବାଦୀ ପାର୍ଟି ଏସଆଇଆରର ବିରୋଧୀ ନୁହେଁ । ଏସଆଇଆରର ଭଲ ଭାବେ କରାଯାଉ ବୋଲି କହୁଛୁ ।"

    Maximum 500 characters

    ରାଜନୀତି View all

    Find Us on Facebook