Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୩ଟି ଫର୍ମାଟରେ ପୃଥକ୍ ଅଧିନାୟକ ଅସମ୍ଭବ : ଆଗରକର

    Share on :
    ajab-Image
    Date: Oct 5, 2025    Views: 2946

    ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ଭାରତୀୟ ଦଳ ମନୋନୟନ କରାଯାଇଛି। ରୋହିତ ଶର୍ମାଙ୍କ ସ୍ଥାନରେ ଗିଲ୍‌ଙ୍କୁ ଦଳର ଦିନିକିଆ ଅଧିନାୟକ ନିଯୁକ୍ତ କରାଯାଇଛି। ରୋହିତଙ୍କୁ ହଟାଇବା ନେଇ ବରିଷ୍ଠ ମନୋନୟନ କମିଟି ଅଧ୍ୟକ୍ଷ ଅଜିତ ଆଗରକର କହିଛନ୍ତି, ୩ଟି ଫର୍ମାଟରେ ପୃଥକ୍‌ ଅଧିନାୟକ ଅସମ୍ଭବ। ରୋହିତ ଯଦି ଦିନିକିଆ ଦଳର ଅଧିନାୟକ ହୁଅନ୍ତି; ତେବେ ୩ଟି ଫର୍ମାଟରେ ପୃଥକ ଅଧିନାୟକ ହୋଇଥାନ୍ତେ। ଗିଲ୍‌ ଟେଷ୍ଟ ସହ ଦିନିକିିଆର ନେତୃତ୍ବ ନେ​‌ବେ। ତାଙ୍କ ନିକଟରେ ଦିନିକିଆରେ ନେତୃତ୍ବ ନେବାର ଦକ୍ଷତା ରହିଛି ବୋଲି ଆଗରକର କରିଛନ୍ତି। ବିରାଟ ଓ ରୋହିତ ଦଳର ବରି​‌ଷ୍ଠ ଖେଳାଳି। ଉକ୍ତ ଦୁଇ ଖେଳାଳି ଦିନିକିଆ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ଦିନିକିଆ ଦଳରେ ସ୍ଥାନ ପାଇବା ନେଇ ରୋହିତ ଓ ବିରାଟ ଆବଶ୍ୟକୀୟ ସମସ୍ତ ଔପଚାରିକତାକୁ ପୂରଣ କରିଛନ୍ତି ବୋଲି ଆଗରକର କହିଛନ୍ତି। ୨୦୨୭ ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ଗିଲ୍‌ଙ୍କୁ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି ବୋଲି ଆଗରକର କହିଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook