Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାୟୁ ପ୍ରଦୂଷଣ : ଦିଲ୍ଲୀରେ ଗ୍ରାପ୍-୪ କଟକଣା ଲାଗୁ

    Share on :
    ajab-Image
    Date: Jan 18, 2026    Views: 2772

    ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ପ୍ରଦୂଷଣ ବଢ଼ିଛି। ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦିଲ୍ଲୀ-ଏନସିଆରରେ ପୁଣି ଘରେ ଗ୍ରାପ୍-୪ର କଟକଣା ଲାଗୁ କରିଦିଆଯାଇଛି। ଦିଲ୍ଲୀର ଏକ୍ୟୁଆଇ ଶନିବାର ଅପରାହ୍ଣ ୪ଟା ସୁଦ୍ଧା ୪୦୦ ରେକର୍ଡ କରାଯାଇଥିଲା। ଏଥିରେ ଲଗାତାର ବୃଦ୍ଧି ଦେଖିବାକୁ ମିଳୁଛି। ରାତି ୮ଟା ସୁଦ୍ଧା ଏହା ୪୨୮ ରେକର୍ଡ କରାଯାଇଛି। ବାୟୁ ଗୁଣବତ୍ତା ଓ ସମ୍ବନ୍ଧିତ କାରକକୁ ଧ୍ୟାନରେ ରଖି ହ୍ରାସ କରିବା ଉଦ୍ଦେଶ୍ୟରେ ଜିଆରଏପିରେ ସିଏକ୍ୟୁଏମ୍ ଉପ-ସମିତି ସର୍ବସମ୍ମତି କ୍ରମେ ବର୍ତ୍ତମାନର ଗ୍ରାପ୍ ସ୍ତର ୪ ‘ସିଭିୟର ପ୍ଲସ୍’ ବାୟୁ ଗୁଣବତ୍ତା(ଦିଲ୍ଲୀ ଏକ୍ୟୁଆଇ >୪୫୦) ଅନୁସାରେ ସମସ୍ତ ଉପାୟକୁ ତୁରନ୍ତ ଏନ୍‌ସିଆରରେ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

    ଗ୍ରାପ୍ ୧,୨ ଓ ୩ ଅନୁସାରେ ଲାଗୁ ଉପାୟ ପୂର୍ବ ଭଳି ରହିବ। ଏହା ବ୍ୟତୀତ ଏନ୍‌ସିଆର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଅନ୍ୟ ସମ୍ବନ୍ଧିତ ଏଜେନ୍ସି ଗୁଡିକୁ ବାୟୁ ଗୁଣବତ୍ତା ଅଧିକ ଖରାପ ନ ହେବା ପାଇଁ ଉପାୟ ବାହାର କରିବାକୁ କୁହାଯାଇଛି। ଗ୍ରାପ୍-୪ ଅନୁସାରେ ଅନ୍ୟ ରାଜ୍ୟରୁ ଆସୁଥିବା ଭାରୀ ଯାନ ଦିଲ୍ଲୀରେ ପ୍ରବେଶ କରିପାରିବେନି। ତେବେ ଜରୁରୀ ସାମଗ୍ରୀ ନେଉଥିବା ଏବଂ ଜରୁରୀ ସେବା ଯୋଗାଉଥିବା ଟ୍ରକକୁ ଅନୁମତି ମିଳିବ। ସମସ୍ତ ସିଏନଜି, ଇଲେକ୍ଟ୍ରିକ୍ ଓ ବିଏସ-୬ ଡିଜେଲ ଟ୍ରକକୁ ମଧ୍ୟ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିବ। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଦିଲ୍ଲୀର ସମସ୍ତ ବିଦ୍ୟାଳୟକୁ ହାଇବ୍ରିଡ୍ ମୋଡରେ ପଢାଇବାକୁ ନିର୍ଦେଶ ଦିଆଯାଇଛି। ଏହି ବ୍ୟବସ୍ଥା ଅନୁସାରେ ଅନଲାଇନ ଓ ଅଫ୍‍ଲାଇନ ଉଭୟ ମାଧ୍ୟମରେ ପାଠ ପଢା ହେବ। ଯାହା ଫଳରେ ପିଲାମାନଙ୍କୁ ବିଷାକ୍ତ ବାୟୁରେ ବାହାରକୁ ବାହାରିବାକୁ ପଡ଼ିବନି।
    ନିର୍ମାଣ କାର୍ୟ୍ୟ ଓ ଭଙ୍ଗାଭଙ୍ଗି କାର୍ୟ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ। ସରକାରୀ ଓ ଘରୋଇ କାର୍ୟ୍ୟାଳୟ ଗୁଡିକରେ ୫୦ ପ୍ରତିଶତ କର୍ମଚାରୀଙ୍କ ସହ କାମ ହେବ। ବାକି କର୍ମଚାରୀ ଘରୁ କାମ କରିବେ। ସିଏକ୍ୟୁଏମ୍ ସ୍ପଷ୍ଟ କରିଛି କି ଜରୁରୀକାଳୀନ ପରିସ୍ଥିତିକୁ ନଜରରେ ରଖି ଏହି ପଦକ୍ଷେପ ଉଠାଯାଇଛି । ବାୟୁର ଗୁଣବତ୍ତା ସାଧାରଣ ନ ହେବା ପର୍ୟ୍ୟନ୍ତ ଏହି ନିୟମ ପାଳନ କରାଯିବ। ପ୍ରତିବର୍ଷ ଶୀତ ସମୟରେ ବଢୁଥିବା ପ୍ରଦୂଷଣ ଦିଲ୍ଲୀ ପାଇଁ ବଡ ସମସ୍ୟା ପାଲଟୁଛି। ଏଥର ପରିସ୍ଥିତି ଗୁରୁତର ହେବାକୁ ଗ୍ରାପ୍-୪ ଭଳି ଶେଷ ପର୍ୟ୍ୟାୟ କଟକଣା ଲାଗୁ କରିବାକୁ ପଡିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook