ମୁଖ୍ୟ ଖବର
ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦ ବିମାନ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ । ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ବିଳମ୍ବିତ ରାତିରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ବିମାନ ଦୁର୍ଘଟଣାର ପ୍ରମୁଖ କାରଣ ଦର୍ଶାଯାଇଛି ଯେ ଅପ୍ରତ୍ୟାଶିତ ଭାବରେ ବିମାନର ଦୁଇଟି ଇଞ୍ଜିନ ହଠାତ୍ କାମ କରିଲାନି । ଏକ ସେକେଣ୍ଡରେ ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଗଲା । ଟେକଅଫର ୯୦ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଇଥିଲା ବିମାନ । ଇଞ୍ଜିନ୍ ଫେଲ୍ ହେବାରୁ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ଦୁଇ ଜଣ ପାଇଲଟ୍ । ବ୍ଲାକବକ୍ସରେ ପାଇଲଟଙ୍କ କଥାବାର୍ତ୍ତା ରେକର୍ଡ ହୋଇଛି । ଜଣେ ଆଉ ଜଣଙ୍କୁ ଇଞ୍ଜିନ୍ ବନ୍ଦ ହୋଇଯାଇଥିଲା କି ବୋଲି ପଚାରିଥିଲେ । କକପିଟ୍ ଭଏସ୍ ରେକର୍ଡରରୁ ମିଳିଥିବା ତିଥ୍ୟରୁ ଜଣାପଡିଛି ଯେ ଉଡାଣ ଭରିବା ପରେ ବିମାନଟି ୧୮୦ନଟ୍ ବେଗରେ ପହଞ୍ଜିବା ମାତ୍ରେ ଉଭୟ ଇଞ୍ଜିନକୁ ଇନ୍ଧନ ଯୋଗାଣକାରୀ ସ୍ୱିଚ୍ ଗୁଡିକ ରନିଂ ମୋଡରୁ କଟଅଫ୍ ମୋଡକୁ ଚାଲିଯାଇଥିଲା । ଉଭୟ ସ୍ୱିଚ୍ ଗୁଡିକୁ ୧ସେକେଣ୍ଡ ବ୍ୟବଧାନରେ କଟଅଫ୍ ହୋଇଯାଇଥିଲା । ଫଳରେ ଏହା ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ କରିଦେଇଥିଲା । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ପକ୍ଷରୁ ଏହି ବଡ ଖୁଲାସା କରାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ ଯେତେବେଳେ ବିମାନର ଗତି ହ୍ରାସ ପାଇବାକୁ ଲାଗିଲା, ଜଣେ ପାଇଲଟ୍ ଅନ୍ୟ ପାଇଲଟ୍ଙ୍କୁ ପଚାରିଥିଲେ ଯେ ତୁମେ ତେଲ ଯୋଗାଣ ସ୍ୱିଚ୍ କାହିଁକି କାଟିଲ? ଅନ୍ୟ ଜଣେ ପାଇଲଟ୍ ଉତ୍ତର ଦେଇଥିଲେ ଯେ ସେ କାଟି ନାହାଁନ୍ତି । ପାଇଲଟ୍ ତୁରନ୍ତ ସ୍ୱିଚ୍ ଅନ୍ କରିଥିଲେ । ଗୋଟିଏ ଇଞ୍ଜିନ କାମ କରିବା ବେଳେ ଅନ୍ୟ ଏକ ଇଞ୍ଜିନଟି ସକ୍ରିୟ ହୋଇନଥିଲା । ଯେତେବେଳେ ବିମାନର ଗତି ହ୍ରାସ ପାଇବାଲୁ ଲାଗିଲା ପାଇଲଟ ଜଣଙ୍କ ‘ମେ ଡେ’ ମେସେଜ୍ ଦେଇଥିଲେ । ଗତ ଜୁନ୍ ୧୨ରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୨୯ଜଣ ଯାତ୍ରୀ, ୧୦ଜଣ କ୍ରୁ ସଦସ୍ୟ ଏବଂ ୧୯ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ଦୁର୍ଘଟଣାର ତଦନ୍ତ ଏଏଆଇବି ଦ୍ୱାରା କରାଯାଇଥିଲା ଏବଂ ଦୁର୍ଘଟଣାର ଠିକ୍ ଗୋଟିଏ ମାସ ପରେ ତଦନ୍ତ ରିପୋର୍ଟ ପ୍ରକାଶ ପାଇଛି ।
Comments ସମସ୍ତ ମତାମତ