Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବାଂଲାଦେଶକୁ ହରାଇ ସେମିରେ ଆଫଗାନିସ୍ତାନ

    Share on :
    ajab-Image
    Date: Jun 25, 2024    Views: 4251

    ନୂଆଦିଲ୍ଲୀ:  ଚଳିତ ଟି-୨୦ ବିଶ୍ୱକପରେ ଇତିହାସର ରଚିଛି ଆଫଗାନିସ୍ତାନ । ସୁପର-୮ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବାଂଲାଦେଶକୁ ହରାଇବା ସହ ସେମିରେ ପ୍ରବେଶ କରିଛି ଦଳ । ଖାଲି ସେତିକି ନୁହେଁ, ଅଷ୍ଟ୍ରେଲିଆ ମଧ୍ୟ ଆଫଗାନିସ୍ତାନର ଏହି ବିଜୟ ସହ ସେମିରୁ ବାଦ୍ ପଡିଛି । ଏଥିସହ ଟି-୨୦ ବିଶ୍ୱକପର ସେମିଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ ହେଇଛି । ଆସନ୍ତା ୨୭ ତାରିଖରେ ପ୍ରଥମ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ଭିତରେ ଖେଳାଯିବାକୁ ଥିବାବେଳେ, ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ଭାରତ ।

    ଆଜି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୧୫ ରନ୍ କରିଥିଲା ଆଫଗାନିସ୍ତାନ । ଦଳର ଓପନର ଗୁରବାଜ ୪୩ ରନର ଚମକ୍ରାର ଇଂନିସ୍ ଖେଳିଥିଲେ । ତା ସହ କ୍ୟାପଟେନ୍ ରସିଦ୍ ଖାନ୍ ମଧ୍ୟ ୧୦ ବଲରୁ ୧୯ ରନ୍ କରିଥିଲେ । ତେବେ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଇଂନିସରେ ବାଲାଂଦେଶକୁ ଡିଏଲଏସ୍ ମେଥଡରେ ୧୧୪ ରନର ଟାର୍ଗେଟ ଦିଆଯାଇଥିଲା । ହେଲେ ଏହି ରନ୍ ସଂଗ୍ରହ କରିବା ଲକ୍ଷ୍ୟରେ ଆଗକୁ ବଢୁଥିବା ବାଂଲାଦେଶ କିନ୍ତୁ ପଛରେ ପଡିଯାଇଥିଲା । ଆଫଗାନିସ୍ତାନର ବୋଲର ନବୀନ ଉଲ ହକ୍ ୪ଟି ଏବଂ ରସିଦ୍ ଖାନ୍ ମଧ୍ୟ ୪ଟି ୱିକେଟ୍ ସଫଳତା ପାଇଥିଲେ ।

    ଆଫଗାନିସ୍ତାନର ଏହି ବିଜୟ ଅଷ୍ଟ୍ରେଲିଆକୁ ବିଶ୍ୱକପରୁ ବିଦାୟ ଦେଇଛି । ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରିନି କଙ୍ଗାରୁ ଦଳ । ଗତକାଲି ସୁପର-୮ ମ୍ୟାଚରେ ଭାରତ ପାଖରୁ ମଧ୍ୟ ଅଷ୍ଟ୍ରେଲିଆ ପରାଜୟ ବରଣ କରିଥିଲା । ଆଉ ଆଜି ଆଫଗାନିସ୍ତାନ ଦଳ ବାଂଲାଦେଶକୁ ହରାଇବା ପରେ ଅଷ୍ଟ୍ରେଲିଆର ବିଶ୍ୱକପ୍ ଅଭିଯାନ ଶେଷ ହେଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook