Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପରଲୋକରେ ବରିଷ୍ଠ ଅଭିନେତା କୋଟା ଶ୍ରୀନିବାସ ରାଓ

    Share on :
    ajab-Image
    Date: Jul 13, 2025    Views: 2520

    ନୂଆଦିଲ୍ଲୀ:  ପରଲୋକରେ ବରିଷ୍ଠ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓ । ଦୀର୍ଘଦିନ ଧରି ଅସୁସ୍ଥତା ଥିବା କୋଟା ଶ୍ରୀନିବାସଙ୍କ ଆଜି (ରବିବାର) ସକାଳେ ହାଇଦ୍ରାବାଦର ଜୁବଲି ହିଲ୍ସର ଫିଲ୍ମ ନଗରସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି । ୩ ଦିନ ପୂର୍ବରୁ ସେ ତାଙ୍କ ୮୩ତମ ଜନ୍ମଦିନ ପାଳନ କରିଥିଲେ । କୋଟା ଶ୍ରୀନିବାସଙ୍କ ଦେହାନ୍ତ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।କୋଟା ଶ୍ରୀନିବାସ ରାଓ ୧୦ ଜୁଲାଇ, ୧୯୪୨ରେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହର ଉପକଣ୍ଠ କାଙ୍କିପାଡୁ ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ତେଲୁଗୁ ସିନେମା ଏବଂ ଥିଏଟରରେ କାମ କରିଥିଲେ । ୧୯୭୮ ମସିହାରେ ତେଲୁଗୁ ଚଳଚ୍ଚିତ୍ର 'ପ୍ରାଣମ ଖାରିଡୁ' ସହିତ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ କେବେ ପଛକୁ ଫେରି ନଚାହିଁ ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ରେରେ କାମ କରିଥିଲେ । ବରିଷ୍ଠ ଅଭିନେତା ଜଣଙ୍କ ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟଲମ ସମେତ ୭୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଶେଷଥ ପାଇଁ ୨୦୨୩ ମସିହାରେ ରିଲିଜ ତେଲୁଗୁ ଚଳଚ୍ଚିତ୍ର ସୁବର୍ଣ୍ଣ ସୁନ୍ଦରୀରେ ସେ ଅଭିନୟ କରିଥିଲେ । ମୁଖ୍ୟତଃ ଖଳନାୟକ ଚରିତ୍ରରେ ଦର୍ଶକ ତାଙ୍କୁ ଖୁବ ପସନ୍ଦ କରୁଥିଲେ ।କୋଟା ଶ୍ରୀନିବାସ ରାଓଙ୍କୁ ୨୦୧୫ ମସିହାରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କ ପ୍ରଶଂସନୀୟ ଅଭିନୟ ପାଇଁ ଅନେକ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ୧୯୯୯ରୁ ୨୦୦୪ ପର୍ୟ୍ୟନ୍ତ ଆନ୍ଧ୍ରପ୍ରଦେଶର ବିଜୟୱାଡା ବିଧାୟକ ଭାବରେ କାର୍ୟ୍ୟ କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook