Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଘରକୁ ଧକ୍କା ଦେଲା ବୋଲେରୋ, ୮ ଆହତ

    Share on :
    ajab-Image
    Date: Jun 6, 2026    Views: 2490

    ପୁରୁଷୋତ୍ତମପୁର: ଜଗା ଦର୍ଶନ ସାରି ଫେରିବା ବେଳେ ରାସ୍ତାକଡ଼ରେ ଥିବା ଏକ ଘରକୁ ଧକ୍କା ଦେଇଛି ଏକ ବୋଲେରୋ। ଫଳରେ ଏଥିରେ ୮ ଜଣ ଆହତ ହୋଇଛନ୍ତି। ଏମିତି ଘଟଣା ଶନିବାର ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ।

    ଘଟଣାରୁ ଜାଣିବାକୁ ମିଳିଛି, ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପାଇଲିପଡ଼ା ଜାଲଖାଇ ଗ୍ରାମର କିଛି ବ୍ୟକ୍ତି ଏକ ଯାତ୍ରୀବାହୀ ବୋଲେରୋ ନଂ ଓଡି ୦୭ ୨୨୬୭ ଯୋଗେ ପୁରୀରୁ ଜଗା ଦର୍ଶନ ସାରି ଫେରୁଥିବା ବେଳେ ମଥୁରାଠାରେ ରାସ୍ତାକଡ଼ରେ ଥିବା ଏକ ଘରକୁ ଧକ୍କା ଦେଇଥିଲା। ଫଳରେ ବୋଲେରୋରେ ବସିଥିବା ସମସ୍ତ ଯାତ୍ରୀ ଆହତ ହେବା ସହ ଘର ବାହାରେ ରହିଥିବା ଜଣେ ମହିଳା ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି। ତେବେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଖବରପାଇ ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook