Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦୁଇଟି ପୃଥକ ଦୁର୍ଘଟଣାରେ ୨ ମୃତ

    Share on :
    ajab-Image
    Date: Jun 4, 2026    Views: 3024

    ସୁନ୍ଦରଗଡ଼: କୋଇଡାରେ ସିରିଜ୍ ଦୁର୍ଘଟଣା। ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ତିନି ଜଣ ଗୁରୁତର। ସୁନ୍ଦରଗଡ଼ କୋଇଡା ଥାନା ୫୨୦ ନଂ ଜାତୀୟ ରାଜପଥରେ ବାଇକ ହାଇୱା ମୁହାଁମୁହିଁ। ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର। ମୃତ ଯୁବକ ହେଲେ ଝାଡ଼ଖଣ୍ଡର ସୁନିଲ୍ କାଣ୍ଡୁଲାନା। 

    ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଏକ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଗୁରୁତରଙ୍କୁ କେନ୍ଦୁଝର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଅନୁଗୁଳର ଲାଲିତେଶ୍ୱର୍ ପ୍ରଧାନ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ହାଇୱା ଏବଂ ବାଇକକୁ ଜବତ କରି ତଦନ୍ତ ଜାରି ରଖିଛି।

    Maximum 500 characters

    ତାଜା ଖବର View all

    Find Us on Facebook