Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା

    Share on :
    ajab-Image
    Date: Apr 20, 2026    Views: 3493

    ଢେଙ୍କାନାଳ: ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁଁ ଵସରେ ଥିବା ସମସ୍ତ ୪୮ଜଣ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଵସର ଚାଳକ ଆହତ ହୋଇଥିବା ଜଣାପଡିଛି । ଆଜି ଭୋର ସମୟରେ ଢେଙ୍କାନାଳ ସହରର କୋରିଆଁ ଛକ ନିକଟସ୍ଥ ବ୍ରାହ୍ମଣୀ ଦେବୀ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି । ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିବା ଏକ ଟ୍ରକ ପଛରେ ଧକ୍କାରୁ ମୁକୁଳିବା ପାଇଁ ବସକୁ ରାସ୍ତା ପର୍ଶ୍ଵରେ ଥିବା ଏକ ବାଲି ଗଦା ଉପରେ ଚଢାଇ ଦେଇଥିଲେ ଵସ ଡ୍ରାଇଭର । ଫଳରେ ବସଟି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଖବରପାଇ ଏନଏଚ ପାଟ୍ରୋଲିଂ ଗାଡି ପହଂଚି ଵସରୁ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।

    ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଵସ ଚାଳକକୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଆହତ ଵସ ଚାଳକ ନାସିକ ଅଂଚଳର ମନୋଜ ଭାଲେରାଓ ବୋଲି ଜଣାପଡିଛି । ତୀର୍ଥଯାତ୍ରୀ ମାନେ ସମସ୍ତେ ମହାରାଷ୍ଟ୍ର ନାସିକ ଜିଲାର ଚାନ୍ଦଗଡ ଗ୍ରାମର ଓ ବସରେ ମୋଟ ୪୮ ଜଣ ତିର୍ଥଯାତ୍ରୀ ଥିଲେ ବୋଲି ଜଣାପଡିଛି । ଗତ ୬ତାରିଖରୁ ନାସିକରୁ ବାହାରି ଓଡିଶାର ପୁରୀ ସମେତ ବିଭିନ୍ନ ସ୍ଥାନ ବୁଲି ସାରି ବସ ଯୋଗେ ନାସିକ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

     

    Maximum 500 characters

    ତାଜା ଖବର View all

    Find Us on Facebook