ମୁଖ୍ୟ ଖବର
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ କୁହୁଡ଼ିର ତାଣ୍ଡବ । କୁହୁଡ଼ି ଯୋଗୁଁ ଶନିବାର ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସିଦ୍ଧାର୍ଥନଗର, ପ୍ରତାପଗଡ଼, ସୁଲତାନପୁର, କାନପୁରରୁ ବାଗପତ, ବଦାୟୁଁରେ ସଡ଼କ ଦୁର୍ଘଟଣାରେ ଛୋଟ ପିଲାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୯୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ୪୦ ଜଣ ସ୍କୁଲ ପିଲା ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଥିରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ଶନିବାର ସକାଳେ ସିଦ୍ଧାର୍ଥନଗରର ଧେବରୁଆର ଜାତୀୟ ରାଜପଥ-୭୩୦ର ମଦରହିୟା ଗାଁ ନିକଟରେ ଘନ କୁହୁଡ଼ିରେ ସାଇକେଲ ଚଢ଼ୁଥିବା ଜଣେ ସ୍କୁଲ ପିଲାଙ୍କୁ ବଞ୍ଚାଇବାକୁ ଯାଇ ଦୁଇଟି ସ୍କୁଲ ଗାଡ଼ି ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଉଭୟ ଗାଡ଼ିରେ ଯାତ୍ରା କରୁଥିବା ୪୦ ଜଣ ପିଲା ଆହତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମେଡିକାଲ କଲେଜକୁ ପଠାଯାଇଛି । ସକାଳ ୯ଟାରେ ଘଟିଥିବା ଏହି ଦୁର୍ଘଟଣାରେ, ଦର୍ଶଗା ଜାମିଆ ତୁସାଲିହାଟ ଇସଲାମିଆ ସ୍କୁଲ ଅକରହରାର ବସ୍ ଏବଂ ସନରାଇଜ୍ ପବ୍ଲିକ୍ ସ୍କୁଲ ତୁଲସିଆପୁରର ଭ୍ୟାନ୍ ଓଲଟି ପଡ଼ିଥିଲା ।
Comments ସମସ୍ତ ମତାମତ