Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅଜଣା ଗାଡି ଧକ୍କାରେ ୪ମୃତ

    Share on :
    ajab-Image
    Date: Oct 18, 2025    Views: 3171

    କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥ ର ବାଇସିଙ୍ଗା ପଞ୍ଚାୟତର ମାଳପୁରା ଠାରେ ଘଟିଛି  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି। ଆନନ୍ଦପୁର ଅଞ୍ଚଳ ର ଭାବଗ୍ରାହୀ କାରୁଆ ତାଙ୍କ ପତ୍ନୀ ଜାନକୀ ଝିଆରୀ ନାଣ୍ଡି, ଝିଅ ଗୀତାଞ୍ଜଳୀକୁ ଏକ ବାଇକ ଯୋଗେ କାମାକ୍ଷାନଗର ଆସୁଥିଲେ। ମାଳପୂରା ନିକଟସ୍ଥ ଜାତୀୟ ରାଜପଥ ଓଭରବ୍ରିଜରେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଟ୍ରକ ଟି ଏଭଳି ଧକ୍କା ଦେଇଥିଲା ଯେ ବାଇକ କୁ ଖଣ୍ଡେ ଦୂର ପର୍ୟ୍ୟନ୍ତ ଘୋଷାରି ନେଇଥିଲା । ଫଳରେ ଘଟଣା ସ୍ଥଳରେ ଭାବଗ୍ରାହୀଙ୍କ ସମେତ ଝିଆରି  ନାଣ୍ଡି ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଜାନକୀ ଙ୍କୁ ଗୁରୁତର ଅବସ୍ଥା ରେ ପ୍ରଥମେ କାମାକ୍ଷାନଗର  ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଜାନକୀ ଙ୍କ ମୃତ୍ୟୁ ହୋଇଥିଲା ।
    ଖବର ପାଇ ପରିବାର ଲୋକ କାମାକ୍ଷାନଗର ମେଡିକାଲରେ ପହଞ୍ଚିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଵା ପରେ ମୃତଦେହକୁ ଜବତ କରି ବ୍ୟବଛେଦର ବ୍ୟବସ୍ଥା କରି ତଦନ୍ତ ଆରମ୍ଭ କରିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook