Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଫଗାନିସ୍ତାନରେ ଭୂକମ୍ପ ; ୬୨୨ ମୃତ

    Share on :
    ajab-Image
    Date: Sep 1, 2025    Views: 3938

    ନୂଆଦିଲ୍ଲୀ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଭାରତର ପଡୋଶୀ ଦେଶ ଆଫଗାନିସ୍ତାନ । ଶକ୍ତିଶାଳୀ ଭୂକମ୍ପରେ ନାଙ୍ଗରହାର ପ୍ରୋଭିନ୍ସର ଜଲାଲାବାଦ ଥରି ଉଠିଛି । ରିକ୍ଟର ସ୍କେଲରେ ୬.୩ ତୀବ୍ରତା ରେକର୍ଡ ହୋଇଛି । ରିପୋର୍ଟ ଲେଖାଯିବ ସୁଦ୍ଧା ୬୨୨ ଜଣଙ୍କର ମୃତ୍ୟୁ ହୋଇଛି । ୧୫୦୦ରୁ ଅଧିକ ଆହତ ହୋଇଛନ୍ତି । କିଛି ଘର ଛାତ ଭୁଶୁଡି ପଡିଥିବା ସୂଚନା ମିଳିଛି । ଦିଲ୍ଲୀ-ଏନ୍‌ସିଆର ଓ ପାକିସ୍ତାନରେ ମଧ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।ଆମେରିକା ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟରେ ପୂର୍ବ ଆଫଗାନିସ୍ତାନରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ୟୁଏସଜିଏସ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନାଙ୍ଗରହାର ପ୍ରଦେଶର ଜଲାଲାବାଦ । ଏହାର ଗଭୀରତା ୮ କିଲୋମିଟର ରହିଛି ।ପୂର୍ବ ପ୍ରଦେଶ ନାଙ୍ଗରହାରରେ ୬୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫୦୦ରୁ ଅଧିକ  ଆହତ ହୋଇଛନ୍ତି । ଉଦ୍ଧାରକାର୍ୟ୍ୟ ଜାରି ରହିଛି ।
    ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଝଟକା ଭାରତର ଅନେକ ସ୍ଥାନରେ, ବିଶେଷକରି ଦିଲ୍ଲୀ-ଏନସିଆରରେ ମଧ୍ୟ ଅନୁଭୂତ ହୋଇଛି । ଏହା ବ୍ୟତୀତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା ଲାଗିଛି । ପ୍ରାୟ ୨୦ ମିନିଟ୍ ପରେ, ସେହି ପ୍ରଦେଶରେ ଦ୍ୱିତୀୟ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ୪.୫ ଏବଂ ଗଭୀରତା  ୧୦ କିଲୋମିଟର ଥିଲା ।  ରବିବାର ସ୍ଥାନୀୟ ସମୟ ରାତି ୧୧ଟା ୪୭ ମିନିଟ୍‌ରେ ଭୂକମ୍ପ ଝଟକା ଲାଗିଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook