Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଭାଇ ମୃତ

    Share on :
    ajab-Image
    Date: Sep 1, 2025    Views: 3749

    ତୁରେକେଲା : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍। ଚାଲିଗଲା ଦୁଇ ଭାଇଙ୍କ ଜୀବନ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଲର୍କୀ ଗାଁ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକମାନେ ବେଲପଡ଼ା ଥାନା ଭାଲୁଖାଇ ଗାଁର ରାଜକୁମାର ରାଏ ଓ ଦିଲେସ ରାଏ ବୋଲି ଜଣାପଡିଛି। ତୁରେକେଲା ପୁଲିସ ୨ ମୃତଦେହ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇଛି।  ବେଲପଡ଼ା ଥାନା ଭାଲୁଖାଇ ଗାଁର ଦୁଇ ଭାଇ ରାଜକୁମାର ରାଏ ଓ ଦିଲେସ ରାଏ କୌଣସି କାମରେ ତୁରେକେଲା ଅଞ୍ଚଳକୁ ଆସିଥିଲେ। କାମ ସାରି ଫେରିବା ବାଟରେ ଲର୍କୀ ଗାଁ ନିକଟରେ ସେମାନଙ୍କୁ ଏକ ପିକଅପ୍ ଗାଡି ଧକ୍କା ଦେଇ ଫେରାର୍ ମାରିଥିଲା। ଘଟଣାସ୍ଥଳରେ ରାଜକୁମାରଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଦିଲେସଙ୍କୁ ତୁରେକେଲା ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ତୁରେକେଲା ପୁଲିସ ୨ ମୃତଦେହ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇଛି। ୨ଭାଇଙ୍କ ମୃତ୍ୟୁ ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁର୍ଘଟଣା ଘଟାଇଥିବା ପିକଅପ୍‌ ଗାଡିକୁ ଧରିବା ପାଇଁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି। 

    Maximum 500 characters

    ତାଜା ଖବର View all

    Find Us on Facebook