Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ: ଉଷା ପାଢ଼ୀ

    Share on :
    ajab-Image
    Date: Sep 1, 2025    Views: 3580

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ବିଶ୍ବସ୍ତରୀୟ କରିବାକୁ ସରକାରଙ୍କ ବଡ଼ ଯୋଜନା। । ଭୁବନେଶ୍ବର, ପୁରୀ, କଟକ, ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ୍‌ ହେବ। ରାଜ୍ୟରେ ୩ ଅର୍ଥନୈତିକ ଜୋନ୍ କରିବାକୁ ସ୍ବତନ୍ତ୍ର ପ୍ଲାନ ରଖିଛନ୍ତି ସରକାର। ଏନେଇ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି । ରାଜ୍ୟରେ ୩ଟି ଅର୍ଥନୈତିକ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ ସୋମବାର କହିଛନ୍ତି। କ୍ବାଡ ସିଟି ପ୍ରୋଗ୍ରାମ ଜରିଆରେ ସରକାର ଏହି ଯୋଜନା ରଖିଛନ୍ତି ବୋଲି ସେ କହିଛନ୍ତି।ଭୁବନେଶ୍ବର, ପୁରୀ, କଟକ ଏବଂ ପାରାଦୀପକୁ ମିଶାଇ ଗୋଟିଏ ଜୋନ ହେବାକୁ ଥିବା ବେଳେ ସୁନାବେଡ଼ା, କୋରାପୁଟ, ବରଗଡ଼, ସମ୍ବଲପୁରକୁ ନେଇ ଦ୍ୱିତୀୟ ଜୋନ କରାଯିବ।
    ସେହିପରି ଉତ୍ତରରେ ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ତୃତୀୟ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି। ରାଜ୍ୟର ଜିଡିପିରେ ପ୍ରମୁଖ ଦାୟିତ୍ୱ ନେଉଥିବା ସହରମାନଙ୍କୁ ନେଇ ଏହି ଜୋନ କରାଯିବ। କେବଳ ସହରାଞ୍ଚଳ ନୁହେଁ, ଅର୍ଥନୈତିକ କାରବାର ବୃଦ୍ଧି ପାଇଁ ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook