Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟାଙ୍ଗିଆରେ ହାଣି ସ୍ତ୍ରୀକୁ ନିର୍ମମ ହତ୍ୟା

    Share on :
    ajab-Image
    Date: Sep 1, 2025    Views: 3904

    ନୂଆପଡ଼ା : ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ । ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ନରହନ୍ତା ସ୍ୱାମୀ । ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଖୁଟବନ ଭେରା ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । ନୂଆପଡ଼ା ଜିଲ୍ଲା ଖୁଟବନ ଭେରା ଗାଁରୁ ଆସିଛି ଅଭାବନୀୟ ଘଟଣା । କୌଣସି କାରଣରୁ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ତୀରତ କମାର ବୋଲି ଜଣାପଡିଛି । ତେବେ ଏହି ହତ୍ୟାକାଣ୍ଡ ପରେ ସ୍ୱାମୀ ସନ୍ତୋଷ କୁମାର ଘଟଣାସ୍ଥଳରେ ଫେରାର ହେବାକୁ ଉଦ୍ୟମ ବେଳେ କାବୁ କରିଥିଲେ ଗାଁ ଲୋକେ । ଏହାପରେ ଗାଁ ଲୋକେ ଅଭିଯୁକ୍ତର ହାତ ଗୋଡ଼ ବାନ୍ଧି ଧାରମବନ୍ଧା ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀକୁ ଗିରଫ କରିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook