ମୁଖ୍ୟ ଖବର
ତିଗିରିଆ: ମହାନଦୀରେ ଗାଧୋଉଥିବା ବେଳେ ନଦୀ ସ୍ରୋତରେ ଭାସିଗଲେ ମହିଳା । ନିଖୋଜ ଥିବା ମହିଳା ଜଣକ ପିଙ୍କି ସ୍ଵାଇଁ ବୋଲି ଜଣାପଡ଼ିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ରତାଗଡ ଗୋବିନ୍ଦପୁର ପଞ୍ଚାୟତରେ ଏବଳି ଘଟଣା ଘଟିଛି ।
ଖୁଦୁରୁକୁଣୀ ଓଷା ପାଳନ କରି ଦୁହୁଡ଼ି ପୂଜା କରି ମହାନଦୀରେ ଭସାଇ ମହିଳା ଜଣକ ଗାଧୋଉଥିଲେ । ଏତିକି ବେଳେ ଅସାବଧାନତା ହେତୁ ତାଙ୍କ ଗୋଡ଼ ଖସି ଯାଇଥିଲା । ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ପିଙ୍କି ସ୍ଵାଇଁ । ଖବର ପାଇ ଗାଁ ଲୋକେ ଖୋଜା ଖୋଜି କରୁଥିବା ବେଳେ ଡମପଡ଼ା ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।
Comments ସମସ୍ତ ମତାମତ 0