Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବଡ଼ ଖବର: ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ମନମୋହନ

    Share on :
    ajab-Image
    Date: Jul 9, 2025    Views: 3816

    ଭୁବନେଶ୍ୱର: ବୁଧବାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏକ ବଡ଼ ଘୋଷଣା କରିଛନ୍ତି ।ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଆଶିଷ ନେବାବେଳେ ଶ୍ରୀ ସାମଲ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟ ମନ୍ତ୍ରିମଣ୍ଡଳରାର ୬ଟି ପଦ ଖାଲି ରହିଛି । ଖୁବଶୀଘ୍ର ସମ୍ପ୍ରସାରଣ କରାଯିବ ।  ଏହାଛଡ଼ା ସେ କହିଛନ୍ତି ଖୁବଶୀଘ୍ର ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ହେବ ।

    ରାଜ୍ୟରେ ବର୍ତ୍ତମାନ ୬ଟି ମନ୍ତ୍ରୀପଦ ଖାଲି ପଡ଼ିଛି। ସେହିପରି ଅଧିକାଂଶ ମନ୍ତ୍ରୀମାନଙ୍କ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ସ୍ୱାସ୍ଥ୍ୟ, ଆଇନ, ଯୋଗାଣ, ଉଚ୍ଚଶିକ୍ଷା ଆଦି ବିଭାଗ ବର୍ଷକ ମଧ୍ୟରେ ଅନେକ ବିବାଦର ସମ୍ମୁଖୀନ ହୋଇଛି। ପୁନଶ୍ଚ ଏକାଧିକ ମନ୍ତ୍ରୀଙ୍କ ନିକଟରେ ଦୁଇ ତିନିଟି ବିଭାଗ ରହିଛି। ତେଣୁ ଏକ ସମତୁଲ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଉଭୟ ରାଜ୍ୟ ସଭାପତି ଓ ମୁଖ୍ୟମନ୍ତ୍ରୀ ପ୍ରାଥମିକ ଆଲୋଚନା କରିଛନ୍ତି। ପ୍ରତି ଲୋକସଭା କ୍ଷେତ୍ରରୁ ଅନ୍ୟୂନ ଜଣକୁ ମନ୍ତ୍ରୀ ପରିଷଦରେ ସ୍ଥାନ ଦେବାକୁ ବିଚାରବିମର୍ଶ କରାଯାଇଛି। ମହିଳା ଭାଗିଦାରୀ ବୃଦ୍ଧି କରିବାକୁ ଦଳୀୟ ନେତୃତ୍ୱ ଆପାତତଃ ସ୍ଥିର କରିସାରିଛନ୍ତି। ମନ୍ତ୍ରୀ ପରିଷଦରେ ୬ଟି ପଦ ଖାଲି ପଡ଼ିଥିବା ବେଳେ ବୋର୍ଡ, ନିଗମ, ଅକାଦେମୀ ଓ କମିସନରେ ସରକାର ଏଯାବତ୍‌ ନିଯୁକ୍ତି ଦେଇପାରି ନାହାନ୍ତି। ଦଳର ଛାମୁଆ ନେତାଙ୍କ ମଧ୍ୟରେ ଛକାପଞ୍ଝା, ଗୋଷ୍ଠୀକନ୍ଦଳ ଏବଂ ଲବି ରାଜନୀତି କାରଣରୁ ସମ୍ପ୍ରସାରଣ ଓ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେବାରେ ଲାଗିଛି। ତେବେ ମନମୋହନ ଦଳରେ ପୁନର୍ବାର ଦାୟିତ୍ୱ ନେବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ନିଯୁକ୍ତି ଶୀଘ୍ର କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook