ମୁଖ୍ୟ ଖବର
ଭଦ୍ରକ: ଲଗାଣ ବର୍ଷା ପାଇଁ ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୯ ନମ୍ୱର ୱାର୍ଡ ଦୁର୍ଗାପୁର ଠାରେ ସାଳନ୍ଦୀ ନଦୀରେ ବନ୍ଧ ଭାଙ୍ଗିଥିବା ସୂଚନା ମିଳିଛି । ତେବେ ବନ୍ୟା ପାଣି ଗାଁ ଭିତରକୁ ପଶିଛି । ସାଳନ୍ଦୀ ଇରିଗେସନର ଭଦ୍ରକ ଡିଭିଜନର ଯନ୍ତ୍ରୀ ଓ ଅଧିକାରୀ ମାନେ ପହଞ୍ଚି ସ୍ଥିତି ପରଖିଛନ୍ତି । ବାଲି ପକାଇ ବନ୍ଧକୁ ମରାମତି କରାଯିବ ବୋଲି ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ, ଉତ୍ତର ଓଡ଼ିଶାରେ କମିନି ପାଣି, ହେଲେ ବଢୁଛି ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା । କେତେକ ସ୍ଥାନରେ ପ୍ରଶାସନ ପହଞ୍ଚିନଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ବୈତରଣୀ ଏବେ ବି ଉବୁଟୁବୁ ହେଉଥିବା ବେଳେ, ବାଲେଶ୍ବର ଜିଲ୍ଲାର ବହୁ ଅଞ୍ଚଳ ଏବେ ବି ଜଳବନ୍ଦୀ ହୋଇ ରହିଛି । ରାଜସ୍ବ ମନ୍ତ୍ରୀ କହିଥିଲେ, ସ୍ଥିତି ସୁଧୁରୁଛି । ଆଶା କରୁଛୁ ୨୪ଘଣ୍ଟାରେ ଜଳସ୍ତର କମିଛି ।ପ୍ରଭାବିତ ଅଞ୍ଚଳରେ ୭ ଦିନ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଯଦି ଆଉ ବର୍ଷା ନହୁଏ ଅଞ୍ଚଳ ବନ୍ୟାମୁକ୍ତ ହେବ ବୋଲି ମନ୍ତ୍ରୀ କହିଥିଲେ ।
Comments ସମସ୍ତ ମତାମତ 0