ମୁଖ୍ୟ ଖବର
ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାଉଣ୍ଟର କରିଛନ୍ତି। ଯେଉଁମାନେ ଅକର୍ମା ଲୋକ ବୋଲି ନିଜକୁ ପ୍ରମାଣିତ କରିସାରିଛନ୍ତି, ସେମାନେ ଅଧିକ କଥା କହୁଛନ୍ତି। ବିରୋଧୀ ଦଳ ନିଜ ଶାସନ ସମୟରେ ଅତୀତରେ କେମିତି ରଥଯାତ୍ରା ପରିଚାଳନା କରୁଥିଲେ ତାହା ଓଡ଼ିଶାବାସୀ ଜାଣିଛନ୍ତି ।
ତାଙ୍କ ସମୟରେ କ’ଣ ଘଟଣା ଘଟୁଥିଲା ସମସ୍ତେ ଦେଖିଛନ୍ତି। ଏ ବାବଦରେ ବେଶି କିଛି କହିବାର ନାହିଁ। ରଥଯାତ୍ରାକୁ ନେଇ କୌଣସି ରାଜନୈତିକ ସମାଲୋଚନା କିମ୍ବା ରାଜନୀତି ବାତାବରଣ ସୃଷ୍ଟି କରିବାକୁ ଆମେ ଚାହୁଁନାହୁଁ। ଯେଉଁମାନେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ରାଜନୀତି କରୁଛନ୍ତି, ସେମାନଙ୍କୁ ଭଗବାନ ଦଣ୍ଡିତ କରିବେ। ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ହେଉ। ଜଗନ୍ନାଥଙ୍କ ଆଶୀର୍ବାଦରେ ହିଁ ରଥଯାତ୍ରାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଭଲରେ ଭଲରେ ଶେଷ ହେବ।
ଲୋକଙ୍କ ପାଇଁ ଯାହା ଆବଶ୍ୟକ ସବୁ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ମଧ୍ୟ ମୁଖ୍ୟମନ୍ତ୍ରୀ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେବାୟତମାନଙ୍କ ସହ ମଧ୍ୟ ଭେଟି ଆଲୋଚନା ହୋଇଛି। ତେଣୁ କୌଣସି ସମସ୍ୟା ହେବ ନାହିଁ ବୋଲି ବିଶ୍ୱାସ ଅଛି ବୋଲି ଆଇନ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
Comments ସମସ୍ତ ମତାମତ 0