Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କ କଥା ମାନୁଥିଲେ ଏପରି ବିଭ୍ରାଟ ହୋଇନଥାନ୍ତା:ପ୍ରମିଳା

    Share on :
    ajab-Image
    Date: Jul 2, 2025    Views: 3371

    ଭୁବନେଶ୍ବର: ରଥଯାତ୍ରାରେ ସୃଷ୍ଟି ହୋଇଥିବା ଦଳଚକଟା ଭଳି ସ୍ଥିତି ନେଇ ରାଜ୍ୟରେ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।  ସରକାର ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି। ସମୀକ୍ଷା ବୈଠକ ଜୋର ହେଉଛି କିନ୍ତୁ କାମ ହେଉନାହିଁ ବୋଲି ବି‌ରୋଧୀ ଅଭିଯୋଗ କରିଛନ୍ତି। ସରକାରଙ୍କ ଠାକୁରଙ୍କ ପ୍ରତି ଭକ୍ତି ନାହିଁ, ଲୋକଙ୍କ ପ୍ରତି ଆନ୍ତରିକତା ନାହିଁ।
    ସରକାର ସୁରକ୍ଷା ଦେଇ ପାରିନାହାନ୍ତି ଫଳରେ ଲୋକେ ପୁରୀକୁ ଆସିବାକୁ ଡରୁଛନ୍ତି ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ କଥାକୁ କେହି ମାନୁ ନାହାନ୍ତି, ମାନୁଥିଲେ ଏପରି ବିଭ୍ରାଟ ହୋଇନଥାନ୍ତା। କେବଳ ଏସପି କଲେକ୍ଟରଙ୍କ ବଦଳି ନ କରି ବଡ଼ ଅଫିସରଙ୍କ ଉପରେ କାହିଁକି ଆକ୍ସନ ନେଉନାହାନ୍ତି  ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି।
    ବଡ଼ ଠାକୁର ପଡ଼ିଯିବା ଘଟଣା, ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ନନ୍ଦିଘୋଷ ରଥ ଗଡିବାରେ ବିଳମ୍ବ କେବେ ଦେଖିବାକୁ ମିଳିନଥିଲା ବୋଲି ପ୍ରମିଳା କହିଛନ୍ତି। 

    Maximum 500 characters

    ତାଜା ଖବର View all

    Find Us on Facebook