Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଦିବାସୀ ମହିଳାଙ୍କୁ ବଳାତ୍କାର

    Share on :
    ajab-Image
    Date: Jul 2, 2025    Views: 3776

    ବୈରୀ: ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ସମିଆଁ ପଞ୍ଚାୟତର ଭାଲୁଖାଇ ଜଙ୍ଗଲରେ ଜଣେ ଆଦିବାସୀ ମହିଳାଙ୍କୁ ୨ ଜଣ ଦୁର୍ବୃତ୍ତ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ବୈରୀ ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଛି। ଘଟଣାରେ ୨ ଅଭିଯୁକ୍ତ ଭଜମନ ଭୋଇ ଓ ଈଷତ୍‌ ହେମ୍ବ୍ରମଙ୍କୁ ଥାନା ସୁନନ୍ଦ ପିହୁକୁ ପୋଲିସ ଗିରଫ କରିଛି।

    ସୂଚନାଯୋଗ୍ୟ, ସାମିଆ ପଞ୍ଚାୟତ ଚମ୍ପାପୁର ଗାଁ ର ଆଦିବାସୀ ମହିଳାଜଣଙ୍କ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ୨ ଦୁର୍ବୃତ୍ତ ମହିଳାଙ୍କୁ ଏକୁଟିଆ ପାଇ ଜଣକ ପରେ ଜଣେ ବଳାତ୍କାର କରିଥିଲେ। ପୀଡ଼ିତା ସାରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook