Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦଳାଚକଟାରେ ମୃତକଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ମୂଳକ ଅର୍ଥରାଶି ପ୍ରଦାନ

    Share on :
    ajab-Image
    Date: Jul 2, 2025    Views: 3767

    ଭୁବନେଶ୍ବର: ପୁରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖୀନ ଦଳାଚକଟାରେ ମୃତକଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ମୂଳକ ଅର୍ଥରାଶି ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ନାଗରିକ ପ୍ରେମକାନ୍ତ ମହାନ୍ତିଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯାଇଛି । ରାଜସ୍ୱ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେମକାନ୍ତଙ୍କ ପତ୍ନୀ ପୁଷ୍ପାରାଣୀ ମହାନ୍ତିଙ୍କୁ ୨୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଘଟଣା ସମୟର ସ୍ଥିତି ଓ ଅଭିଜ୍ଞତା ବାବଦରେ ପରିବାର ଲୋକ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନିକଟତମ ପରିବାର ବର୍ଗଙ୍କ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା ହୋଇଛି । ଦଳାଚକଟାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ବରିଷ୍ଠ ନାଗରିକ ପ୍ରେମକାନ୍ତ ମହାନ୍ତି ରହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ପ୍ରେମକାନ୍ତଙ୍କ ପରିବାର ବର୍ଗ ଏହି ଅନୁକମ୍ପା ରାଶିର ଚେକ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଅନୁକମ୍ପା ରାଶି ପ୍ରେମକାନ୍ତଙ୍କ ପରିବାର ଲୋକଙ୍କୁ ପ୍ରଦାନ କରିଛନ୍ତି । ପ୍ରେମକାନ୍ତଙ୍କ ପତ୍ନୀ ପୁଷ୍ପାରାଣୀ ମହାନ୍ତି ଅର୍ଥ ରାଶିର ଚେକ ଗ୍ରହଣ କରିଛନ୍ତି । ଘଟଣା ସମୟର ସ୍ଥିତି ଓ ଅଭିଜ୍ଞତା ବାବଦରେ ପରିବାର ଲୋକ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ମନ୍ତ୍ରୀ ସମସ୍ତ କଥା ଶୁଣିବା ପରେ ଭାବୁକ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ସ୍ଥାନୀୟ କର୍ପୋରେଟ ବନ୍ଦିତା ପାଲ, ସମାଜସେବୀ ଅର୍ଜୁନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ବାପା-ମା' ଛେଉଣ୍ଡ ଜାଣିବ ସେମାନଙ୍କ ଅନୁପସ୍ଥିତର କଷ୍ଟ । ୧୨ ବର୍ଷ ତଳେ ମୁଁ ବାପାଙ୍କୁ ହରେଇଛି, କିନ୍ତୁ ଆଜି ପର୍ୟ୍ୟନ୍ତ ଭୁଲି ପାରିନାହିଁ । ବାପା ମା ଆଉ କିଛି ଦିନ ବଞ୍ଚିଥିଲେ, ତାଙ୍କ ଛାତ୍ରଛାୟା ମିଳିଥାନ୍ତା । ଝିଅକୁ ଭେଟିଲି । ବାପାଙ୍କ ମୃତ୍ୟୁ ଖବର ପାଇ ସେ ଭୁବନେଶ୍ୱର ପହଁଚିଛି । ସ୍ୱାମୀକୁ ହରେଇ ଥିବା ସ୍ତ୍ରୀକୁ ଭେଟିଲି । ଜୀବନ ଅମୂଲ୍ୟ । ଜୀବନର କୌଣସି କ୍ଷତିପୂରଣ ନାହିଁ । ଦଳାଚକଟା ମୃତକଙ୍କ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଘୋଷଣା ହୋଇଥିବା ୨୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କଲି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ତଥ୍ୟ ମଧ୍ୟ ଆଣିଛି । ଘଟଣାର ତଦନ୍ତ ଚାଲିଛି । ନୂଆ ନୂଆ ତଥ୍ୟ ମଧ୍ୟ ଆସିବାରେ ଲାଗିଛି । ସାମଗ୍ରିକ ଭାବେ ତଦନ୍ତ ହେଉଛି । ଯେଉଁମାନଙ୍କ ଅବହେଳା ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଛି, ସେମାନଙ୍କୁ ଠାବ କରାଯିବ । ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରଙ୍କ ପ୍ରତିନିଧି ଭାବେ ଅର୍ଥ ରାଶିର ଚେକ ପ୍ରଦାନ କରିବା ସହ ସମବେଦନା ଜ୍ଞାପନ କରିଛି । ଆସନ୍ତା ୮ ତାରିଖରେ ତାଙ୍କ କ୍ରିୟାକର୍ମରେ ସାମିଲ ହେବାକୁ ଚେଷ୍ଟା କରିବି ।"

    Maximum 500 characters

    ରାଜ୍ୟ ଖବର View all

    Find Us on Facebook