Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ କଂଗ୍ରେସର ନିନ୍ଦା

    Share on :
    ajab-Image
    Date: Jul 1, 2025    Views: 10826

    ଭୁବନେଶ୍ୱର : ବିଏମସି କାର୍ୟ୍ୟାଳୟରେ କାର୍ୟ୍ୟରତ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାକୁ କଂଗ୍ରେସର ନିନ୍ଦା। ପ୍ରେସ୍‌ମିଟ୍ କରି ବର୍ଷିଲେ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ଯେ, କେବଳ ୩ ଜଣଙ୍କୁ ଗିରଫ କରିଦେଲେ ହେବନି ବରଂ ବଡ଼ ମୁଣ୍ଡକୁ ଗିରଫ କରାଯାଉ। ସରକାରୀ କାମ କରୁଥିବା ଜଣେ ଅଧିକାରୀଙ୍କ କଲାର ଧରି ଘୋଷାଡ଼ି ଆଣିବା ସହ ବିଧା ଗୋଇଠା ମରାଯାଇଛି। ଏହା ପୂର୍ବରୁ କେତେକ ଜିଲ୍ଲାରେ ସରକାରୀ ଅଧିକାରୀଙ୍କୁ ବିଜେପି କର୍ମୀ ନାଲି ଆଖି ଦେଖାଇଥିବା ଅଭିଯୋଗ ହୋଇଛି। ଏହାଦ୍ଵାରା ସରକାରୀ ଅଧିକାରୀ ଚାପରେ ରହୁଛନ୍ତି। ଜନତାଙ୍କ କାମ ହୋଇପାରୁନି। 

    ସେହିପରି କମିଶନରେଟ ପୁଲିସର ଅତିରିକ୍ତ ସିପି ନରସିଂହ ଭୋଳଙ୍କୁ ସସପେଣ୍ଡ ଦାବି କରିଛି କଂଗ୍ରେସ। ପିସିସି ସଭାପତି କହିଛନ୍ତି ଯେ, ନରସିଂହ ଭୋଳ ଖାକିକୁ ଅସମ୍ମାନ କରିଛନ୍ତି। ତେଣୁ ସରକାର ନରସିଂହ ଭୋଳଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଶେଷରେ ରଥଯାତ୍ରାରେ ଘଟିଥିବା ଅବ୍ୟବସ୍ଥାକୁ ନେଇ ଭକ୍ତ ବର୍ଷିଛନ୍ତି। ବାରମ୍ବାର ମହାପ୍ରଭୁଙ୍କ ସେବାରେ ତ୍ରୁଟି ଘଟିଛି। ରଥଯାତ୍ରାର ବହୁ ପୂର୍ବରୁ ପରିଚାଳନା ବୈଠକ ସହ ପ୍ରସ୍ତୁତି ବୈଠକ ହେଉଛି। ତଥାପି ସରକାର ରଥଯାତ୍ରା ପରିଚାଳନାରେ ବିଫଳ ହୋଇଛନ୍ତି। ଯେଉଁଭଳି ଦଳାଚକଟାରେ ନିରୀହ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଲା ସେଥିପାଇଁ ସରକାର ଦାୟୀ। ତେଣୁ ଜିଲ୍ଲା ଜଜଙ୍କ ନେତୃତ୍ୱରେ ପୁରୀ ଅଘଟଣର ତଦନ୍ତ ହେଉ ବୋଲି ଭକ୍ତ କହିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook