ମୁଖ୍ୟ ଖବର
ଭୁବନେଶ୍ୱର: ପୁଣି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୪ ତାରିଖ ଦିନ ରାଷ୍ଟ୍ରପତି ଓଡ଼ିଶା ଆସିବେ । ରାଷ୍ଟ୍ରପତି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଆସନ୍ତା ୧୪ ତାରିଖ ଦିନ ଭୁବନେଶ୍ୱର ଏମସ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।
ସେହିପରି ୧୫ ତାରିଖ ଦିନ ରାଷ୍ଟ୍ରପତି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ରେଭେନ୍ସା ବିଶ୍ୱବିଦ୍ୟାଳୟର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେହିପରି ରେଭେନ୍ସା ବାଳିକା ବିଦ୍ୟାଳୟର ଶିଳାନ୍ୟାସ ମଧ୍ୟ କରିବେ । ଏହାଛଡ଼ା ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ବି କରିବେ । କଟକରେ କଳିଙ୍ଗରତ୍ନ ପୁରସ୍କାର-୨୦୨୪ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେବେ ।
Comments ସମସ୍ତ ମତାମତ 0