Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫: ଯୋଗଦେବେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: May 29, 2025    Views: 3149

    ଭୁବନେଶ୍ୱର: ଆଜି ମିଶନ  ଶକ୍ତି ବିଭାଗ ପକ୍ଷରୁ  "ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫' ଅନୁଷ୍ଠିତ ହେବ।  ସାରା ଭାରତରୁ ଲକ୍ଷପତି ଦିଦିମାନେ ଏକାଠି ହୋଇ ସେମାନଙ୍କ ସଫଳତା ଏବଂ ନିରନ୍ତର ଯାତ୍ରାର କାହାଣୀ ବର୍ଣ୍ଣନା  କରିବେ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା  ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ  ଯୋଗଦେବେ । ଏହି ଅବସରରେ ସ୍ୱୟଂ  ସହାୟକ ଗୋଷ୍ଠୀ ଆଧାରିତ ଆର୍ଥିକ  କାର୍ୟ୍ୟକଳାପ ଜରିଆରେ ବାର୍ଷିକ ଏକ ଲକ୍ଷ  ଟଙ୍କା ବା ତଦ୍ଦୁର୍ଦ୍ଧ ଆୟ କରିଥିବା ଲକ୍ଷପତି  ଦିଦିମାନଙ୍କୁ ପ୍ରୋତ୍ସାହନ ଦେବା ସହ ସମ୍ମାନିତ  କରାଯିବ । 

    ସୂଚନାଯୋଗ୍ୟ, ଦେଶର  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର  ସଫଳତାକୁ ସମର୍ଥନ ଦେବା ସହ ଗ୍ରାମୀଣ  ମହିଳା ଉଦ୍ୟାଗୀମାନଙ୍କୁ ପ୍ରୋତ୍ସାହନ ଦେବା  ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଆୟୋଜନ  କରାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡ଼ାଙ୍କ ନେତୃତ୍ୱରେ ୩ କୋଟି ଲକ୍ଷପତି  ଦିଦିଙ୍କୁ ସଶକ୍ତ କରିବା ଏବଂ ମହିଳା  ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହନ ଦେବାରେ  ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହି ସମ୍ମିଳନୀ ସଶକ୍ତ କରିବ । ଦେଶର  ୨୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର  ଲକ୍ଷପତି ଦିଦି କାର୍ୟ୍ୟକ୍ରମରେ ଯୋଗଦେବେ ।  ଏହି ସମ୍ମିଳନୀରେ ସରକାରୀ ଅଧିକାରୀ,  ଜାତିସଂଘ ପ୍ରତିଷ୍ଠାନ, ଜାତୀୟ ଗ୍ରାମୀଣ ଜୀବିକା  ମିଶନ ଏବଂ ବିଭିନ୍ନ ରାଜ୍ୟ ଜୀବିକା ମିଶନର ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ ।

    Maximum 500 characters

    ତାଜା ଖବର View all

    Find Us on Facebook