Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

    Share on :
    ajab-Image
    Date: May 21, 2025    Views: 3052

    ଭୁବନେଶ୍ବର :  ସ୍ଥଗିତ ହେଲା ତ୍ରି- ସ୍ତରୀୟ ପଞ୍ଚାୟତ ଉପ ନିର୍ବାଚନ। ସଅଳ ମୌସୁମୀ ଦେଖି ଉପନିର୍ବାଚନ ସ୍ଥଗିତ ରଖାଯାଇଛି। ୧୧୩୧ ପଦବୀ ପାଇଁ ଆସନ୍ତା ଜୁନ ୨୩ରେ ଉପନିର୍ବାଚନ ହୋଇଥାନ୍ତା। 

    ୧୦୪୩ ୱାର୍ଡ ମେମ୍ବର, ୪୦ସମିତି ସଭ୍ୟ, ୪୩ସରପଞ୍ଚ  ଏବଂ ୫ ଟି ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ନୋଟିଫିକେସନ ହୋଇଥିଲା।  ସମୁଦାୟ ୧୧୩୧ ପଦବୀ ରହିଛି। ଜିଲ୍ଲା ଅଧିକାରୀ ଓ ଆଶାୟୀ ପ୍ରାର୍ଥୀମାନେ ମୌସୁମୀ ବର୍ଷା ପାଇଁ ତାରିଖ ପରିବର୍ତ୍ତନ ପାଇଁ ଜଣାଇଥିଲେ। ଏ ପାଇଁ ମଧ୍ୟ ଓଗଊ କୁ ରିପୋର୍ଟ ମଗାଯାଇଥିଲା। ଉପନିର୍ବାଚନ ପାଇଁ ହୋଇଥିବା ନୋଟିସକୁ ସ୍ଥଗିତ ରଖାଯାଇଛି।  ପରବର୍ତ୍ତୀ ସମୟରେ  ତାରିଖ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ କୁମାର ଦାସ କହିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook