ମୁଖ୍ୟ ଖବର
ଭୁବନେଶ୍ୱର: ବିଜେପିରେ ମିଶିବେ କି ବିଜେଡି କର୍ପୋରେଟର ଅମରେଶ ଜେନା? ଶଙ୍ଖ ଛାଡି ଧରିବେ କି ପଦ୍ମ? ଏହି ଚର୍ଚ୍ଚା ଏବେ ପୁଣିଥରେ ଏଥିପାଇଁ ସାମ୍ନାକୁ ଆସିଛି, କାହିଁକି ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଏହି ବିଜେଡି ନେତା । ଆଇଓସିଏଲ ଗେଷ୍ଟ୍ ହାଉସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅମରେଶ ଜେନା ଭେଟିଛନ୍ତି, ଆଉ ଭେଟିବା ପରେ ତାଙ୍କର ଏହି ଭେଟଘାଟକୁ ସୌଜନ୍ୟମୂଳକର ନାମ ଦେଇଛନ୍ତି । ହେଲେ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ କହିବା କଥା, ଖୁବଶୀଘ୍ର ଅମରେଶ ଶଙ୍ଖ ଶିବିର ଛାଡି, ପଦ୍ମ ଶିବିରରେ ସାମିଲ ହେଇପାରନ୍ତି, ଯେଉଁ କାରଣରୁ ସେ ଲଗାତାର ଏବେ ବିଜେପି ନେତୃତ୍ୱଙ୍କ ସହିତ ମିଟିଂ କରୁଛନ୍ତି ।
ଗତ ୨୦୨୪ ସାଧାରଣ ନିର୍ବାଚନ ବେଳେ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ଟିକେଟ୍ ଆଶାୟୀ ଥିଲେ ଅମରେଶ ଜେନା ।ବିଜେଡି ଟିକେଟ୍ ନପାଇବା ପରେ, ବିଜେଡି ସହ ଅମରେଶଙ୍କର ଆରମ୍ଭ ହୋଇଥିଲା ତୁ ତୁ ମେଁ ମେଁ । ନିଜେ ସ୍ୱାଧୀନ ପ୍ରାର୍ଥୀ ହେଇ ଲଢ଼ିବା ସହିତ, ଖୋଦ୍ ବିଜେଡି ନେତାଙ୍କ ବିରୋଧରେ ସେ ହେଇଥିଲେ ବିଧାୟକ ପ୍ରାର୍ଥୀ । ଆଉ ନିର୍ବାଚନରେ ହାରିବା ପରେ, ଲଗାତାର ଭାବେ ତାଙ୍କୁ ବିଜେପି ନେତାଙ୍କ ସହିତ ଦେଖିବାକୁ ମିଳୁଛି ।
Comments ସମସ୍ତ ମତାମତ 0