Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏନ୍‌କାଉଣ୍ଟର,ଜଣେ ଆତଙ୍କବାଦୀ ନିହତ

    Share on :
    ajab-Image
    Date: May 13, 2025    Views: 11733

    ନୂଆଦିଲ୍ଲୀ:  ଜମ୍ମୁ କାଶ୍ମୀରର ସୋପିଆନରେ ବଡ଼ଧରଣର ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି ।  ସେପଟେ ସୋପିଆନରେ ପାଖାପାଖି ୪ରୁ ୫ଜଣ ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିବା ପରେ ଜାରି ରହିଛି ସର୍ଚ୍ଚ ଅପରେସନ୍ । 
    ସୀମାରେ ଯୁଦ୍ଧ ବିରତି ଘୋଷଣା ପରେ ମୋଦି ’ଅପରେସନ୍ ସିନ୍ଦୂର’ ବାବଦରେ ସାରା ଦେଶକୁ ତଥ୍ୟ ଦେବା ସହ ସେନାର ପରାକ୍ରମ ନେଇ ପ୍ରଶଂସା କରିଥିଲେ । ଆତଙ୍କୀ ଓ ଆତଙ୍କବାଦୀ ସଙ୍ଗଠନକୁ ଚେତାବନୀ ଦେଇଥିଲେ। ଏହା ସତ୍ତ୍ବେ ପାକିସ୍ତାନ ଭାରତ ସୀମା ଭିତରକୁ ଡ୍ରୋନ ପଠାଇଥିଲା । ଏପଟେ ଆଜି ବି ଜମ୍ମୁ-କାଶ୍ମୀର ସୋପିଆନରେ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଅନ୍ୟପଟେ ସୁରକ୍ଷା ବାହିନୀ ଜମ୍ମୁ-କାଶ୍ମୀରରେ ତିନି ଜଣ ଆତଙ୍କବାଦୀଙ୍କ ପୋଷ୍ଟର ମଧ୍ୟ ଲଗାଇଛନ୍ତି। ସେମାନଙ୍କ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି।ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେନା ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଏବେ ସୋପିଆନରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଆରମ୍ଭ ହୋଇଛି। କୁହାଯାଉଛି ଯେ ସେଠାରେ ଅନେକ ଆତଙ୍କବାଦୀ ଅଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook