Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଭାରତ-ପାକିସ୍ତାନ ଡିଜିଏମଓ ବୈଠକ

    Share on :
    ajab-Image
    Date: May 12, 2025    Views: 6709

    ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ବାୟୁସେନା ପକ୍ଷରୁ ଅପରେସନ ସିନ୍ଦୂର ଜାରି ରହିଛି ବୋଲି ସ୍ପଷ୍ଟ କରାଯାଇଛି । ଏହି ଅପରେସନ ଦ୍ୱାର ପ୍ରଥମ ଟାର୍ଗେଟ ପୁରଣ ହୋଇଥିବା ବେଳେ ଆଗାମୀ ପ୍ରସ୍ତୁତି ନେଇ ସୂଚନା ଦିଆଯିବ । ଏହାରି ଭିତରେ ଆଜି ମଧ୍ୟହ୍ନ ୧୨ଟାରେ ଦୁଇ ଦେଶର ଡିଜିଏମଓଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସୂଚନା ମିଳିଛି । ସୀମାନ୍ତ ରାଜ୍ୟଗୁଡିକ ରାଜସ୍ଥାନ, ପଞ୍ଜାବ, ଜାମ୍ମୁ-କାଶ୍ମୀର ଏବଂ ଗୁଜରାଟର ସୀମାବର୍ତ୍ତୀ ଅଞ୍ଚଳର ପରିସ୍ଥିତି ଏବେ ସ୍ୱାଭାବିକ ହେବାରେ ଲାଗିଛି । ବଜାର ଗୁଡିକ ଖୋଲିବା ସହ ଅନ୍ୟାନ୍ୟ କାର୍ୟ୍ୟକଳାପ ମଧ୍ୟ ସ୍ୱାଭାବିକ ହେବାରେ ଲାଗିଛି । ଗୁଜବରୁ ଦୂରେଇ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛି ଭାରତୀୟ ବାୟୁସେନା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook