Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଲରୁ ମିଳିଲା ନବଜାତକର ମୃତଦେହ

    Share on :
    ajab-Image
    Date: May 11, 2025    Views: 4361

    ଉଦଳା: ବିଲରେ ପଡିଛି ନବଜାତକର ମୃତଦେହ । ଏକ ପଲିଥିନ ଭିତରେ ଭର୍ତ୍ତି କରି କେହି ନବଜାତକକୁ ଫୋପାଡ଼ି ଦେଇଛି । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କୁଆଗୋଠଣା ଗ୍ରାମରେ ଘଟିଛି । 

    ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କୁଆଗୋଠଣା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବିଲରେ ଏକ ପଲିଥିନ ଭିତରେ ନବଜାତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ମୃତଦେହ ମିଳିଥିବା ନବଜାତକର ବୟସ ୩ରୁ ୪ ମାସ ହେବ ବୋଲି ଅନୁମାନ କରାଯାଉଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେହି ଗର୍ଭ ନଷ୍ଟ କରିବା ପାଇଁ ଏଭଳି ହୀନ କାମ କରିଥିବା କୁହାଯାଉଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook